21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶଜାନୁଆରୀରେ ଜିଏସଟି ସଂଗ୍ରହ ୧.୯୩ ଲକ୍ଷ କୋଟି ରେକର୍ଡ

ଜାନୁଆରୀରେ ଜିଏସଟି ସଂଗ୍ରହ ୧.୯୩ ଲକ୍ଷ କୋଟି ରେକର୍ଡ

ନୂଆଦିଲ୍ଲୀ: ଜାନୁଆରୀରେ  ଜିଏସଟି ସଂଗ୍ରହ ୧.୯୩ ଲକ୍ଷ କୋଟି ରେକର୍ଡ ହୋଇଛି । ଏକ ସୂତ୍ରରୁ ଜଣାପଡିଛି ଯେ, ଆମଦାନୀରୁ ରାଜସ୍ୱ ବୃଦ୍ଧି ଯୋଗୁଁ ଜାନୁଆରୀରେ ମୋଟ ସାମଗ୍ରୀ ଏବଂ ସେବା ଟିକସ ସଂଗ୍ରହ ୬.୨ ପ୍ରତିଶତ ବୃଦ୍ଧି ପାଇ ୧.୯୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ମୋଟ ରିଫଣ୍ଡ ୩.୧ ପ୍ରତିଶତ ହ୍ରାସ ପାଇ ୨୨, ୬୬୫ କୋଟି ଟଙ୍କା ହୋଇଛି । ଜାନୁଆରୀରେ ସାମଗ୍ରୀ ଏବଂ ସେବା ଟିକସ ରାଜସ୍ୱ ୭.୬ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧.୭୧ ଲକ୍ଷ କୋଟିରେ ପହଞ୍ଚିଛି । ତମାଖୁ ଉତ୍ପାଦରୁ ସେସ ସଂଗ୍ରହ ୫, ୭୬୮ କୋଟି ହୋଇଛି । ଯାହା ଜାନୁଆରୀ ୨୦୨୫ରେ କାର ଏବଂ ତମାଖୁ ଭଳି ନିଶାଦ୍ରବ୍ୟ ସାମଗ୍ରୀ ଉପରେ ସେସ ଆଦାୟ କରାଯାଇଥିଲା । ଯାହା ଜାନୁଆରୀ ୧୩, ୦୦୯ କୋଟି ଥିଲା । ସେହିପରି ସରକାର ସେପ୍ଟେମ୍ବର ୨୨, ୨୦୨୫ରୁ ପ୍ରାୟ ୩୭୫ ଟି ସାମଗ୍ରୀ ଉପରେ ଜିଏସଟି ହ୍ରାସ କରିଥିଲେ । ଯାହା ଫଳରେ ସେଗୁଡିକ ଶସ୍ତା ହୋଇଥିଲା । ଜାନୁଆରୀରେ ଘରୋଇ କାରବାରରୁ ମୋଟ ଟିକସ ସଂଗ୍ରହ ୪.୮ ପ୍ରତିଶତ ବୃଦ୍ଧି ପାଇ ୧.୪୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଆମଦାନୀ ରାଜସ୍ୱ ୧୦.୧ ପ୍ରତିଶତ ବୃଦ୍ଧି ପାଇ ୫୨, ୨୫୩ କୋଟି ଟଙ୍କାରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking