21.1 C
Bhubaneswar
Sunday, February 1, 2026
Homeଓଡିଶାଟିଉସନରୁ ଫେରିବା ବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

ଟିଉସନରୁ ଫେରିବା ବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !

ବାଲେଶ୍ୱର: ଟିଉସନରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ବାଲେଶ୍ୱର ସୋର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଲା ଅଭିଯୋଗ । ଥାନାରେ ପରିବାର ଲୋକଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଯୁକ୍ତ ଦୁଇରେ ପଢୁଥିବା ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଛାତ୍ରୀ ଜଣଙ୍କର ଚିତ୍କାର କରିବାରୁ ଯୁବକ ଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପରିବାର ଲୋକ ଘଟଣାସ୍ଥଳରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏନେଇ ସୋର ଥାନାରେ ଏତଲା ଦାୟ କରାଯାଇଥିବା ବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking