ଜଗତ୍ସିଂହପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅନ୍ତର୍ଗତ ହାବଳେଶ୍ୱର ଗ୍ରାମର ରଶ୍ମୀ ରଞ୍ଜନ ମହାନ୍ତି ନାମକ ଜଣେ ୨୬ ବର୍ଷର ଯୁବକ, ଜଗତସିଂହପୁର ସଦର ଥାନା ଅଞ୍ଚଳର ଏକ ନାବାଳିକାଙ୍କ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ଉଲଗ୍ନ ଫଟୋ ଏବଂ ଭିଡିଓ ଛାଡି ବ୍ଲାକ୍ମେଲିଂ କରିବା ଅଭିଯୋଗରେ ଶନିବାର ଜଗତସିଂହପୁର ପୁଲିସ ଗିରଫ କରି କୋର୍ଟଚାଲଣ କରିଛି। ଅଭିଯୋଗ ମୁତାବକ, ସୋସିଆଲ ମିଡିଆରେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ନାଳିକା ସହିତ ହାବଳେଶ୍ୱର ଗ୍ରାମର ମୋହନ କୁମାର ମହାନ୍ତିଙ୍କ ପୁଅ ରଶ୍ମୀ ରଞ୍ଜନ ସହିତ ଦୋସ୍ତି ଆରମ୍ଭ ହୋଇଥିଲା। ପରେ ରଶ୍ମୀ ସୋସିଆଲ ମିଡିଆରେ ନାବାଳିକାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ନାବାଳିକାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟ ସଂଗ୍ରହ କରି ନେଇଥିଲେ। ନାବାଳିକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପାଇବା ପରେ ବିବାହ ପାଇଁ ଚାପ ପକାଇ ଥିଲେ। ଏଥିରେ ନାବାଳିକା ଜଣଙ୍କ ରାଜି ନହେବାରୁ, ରଶ୍ମୀ ଇଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ଫେକ୍ ଆଇଡି ଖୋଲି ଉଲଗ୍ନ ଫଟୋ ଓ ସେକ୍ସ ଭିଡିଓ ମାନ ଛାଡି ବ୍ଲାକ୍ ମେଲିଂ କରିଥିଲେ। ଯାହାକୁ ନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ, ପରିବାର ଲୋକେ ୩୧।୧୦।୨୦୨୫ରେ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ସଦର ପୁଲିସ ଥାନାରେ ୮୭୧/୨୦୨୫ ମାମଲା ରୁଜୁ କରି ରଶ୍ମୀକୁ ଗିରଫ କରିବା ଛାନଭିନ ଆରମ୍ଭ କରିଥିଲେ। ରଶ୍ମୀ ତାର ଘରେ ଥିବା ସୁଚନା ପାଇଁ ଜଗତସିଂହପୁର ପୁଲିସ ନନ୍ଦିପଡା ପୁଲିସ ସହାୟତାରେ ଗିରଫ କରି ଜଗତସିଂହପୁର ଆଣି କୋର୍ଟଚାଲଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।










