19.1 C
Bhubaneswar
Monday, February 2, 2026
Homeଓଡିଶାଡଃ ରାମଚନ୍ଦ୍ର ଖୁଣ୍ଟିଆ ୧୨ ଥର ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଭାବରେ...

ଡଃ ରାମଚନ୍ଦ୍ର ଖୁଣ୍ଟିଆ ୧୨ ଥର ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଭାବରେ ନିର୍ବାଚିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ତ୍ରିବାର୍ଷିକ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଅନୁବଦ୍ଧିତ ସଂଗଠନ ମାନଙ୍କର ୫୦୦ ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ । ପୂର୍ବାହ୍ନ ଅଧିବେସନରେ ଜାତୀୟ ସଭାପତି ହଃ ଜି. ସଞ୍ଜିବା ରେଡ୍ଡି, ଆଇ.ଏଲ.ଓ. ସଦସ୍ୟ ସତ୍ୟଜିତ ରେଡ୍ଡି, ସମ୍ମାନୀତ ଅତିଥି ଭାବରେ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ ଲଲ୍ଲୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଅପରାହ୍ନ ଅଧିବେସନରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା ଏବଂ ଶେଷରେ ଆଇ.ଏନ୍‌.ଟି.ୟୁ.ସି ସମ୍ବିଧାନ ଅନୁଯାଂୟୀ ନିର୍ବାଚନ କରାଯାଇଥିଲା । ସର୍ବସମ୍ମତିକ୍ରମେ ଉପସ୍ଥିତ ପ୍ରତିନିଧିମାନେ ଡଃ ରାମଚନ୍ଦ୍ର ଖୁଣ୍ଟିଆ ବରିଷ୍ଠ ନେତୃତ୍ୱ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ରାଜ୍ୟ ଶାଖା ସଭାପତି ଭାବରେ ୧୨ ଥର ପାଇଁ ଡ. ଖୁଣ୍ଟିଆଙ୍କୁ ନିର୍ବାଚିତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking