ଭୁବନେଶ୍ୱର: ଶ୍ରମିକ କର୍ମଚାରୀଙ୍କର ନ୍ୟାର୍ଯ୍ୟ ଅଧିକାର ପାଇଁ ୪ଟି କଳା ଲେବର କୋର୍ଡ ପ୍ରତ୍ୟାହର, ଭି.ବି.ଜି-ରାମ ଜୀ ବଦଳରେ ଏମ.ଜି.ଏନ୍.ଆର.ଜି.ଏ ପୁନଃ ପ୍ରଚଳନ, ପୁରୁଣା ପେନସନ ପୁନଃ ପ୍ରଚଳନ, ସ୍ୱତନ୍ତ୍ର ଭୋଟର ଲିଷ୍ଟ ସଂଶୋଧନ ନାମରେ ବିଭିନ୍ନ ରାଜ୍ୟରେ ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ମାନଙ୍କର ଭୋଟର ଲିଷ୍ଟ ନାମ କାଟିବା ଚକ୍ରାନ୍ତରେ ଭୋଟ ଦେବାରେ ଗଣତାନ୍ତ୍ରିକ ଅଧିକାର ଛଡେଇ ନେବାକୁ କେନ୍ଦ୍ର ସରକାରଙ୍କର ଏକ ଚକ୍ରାନ୍ତ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ସହଯୋଗରେ ଶ୍ରମିକ କର୍ମଚାରୀ ଓ ଚାଷୀ ବିରୋଧି, କେନ୍ଦ୍ର ସରକାରଙ୍କ ବିରୋଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଲଢ଼େଇ ଜାରି ରହିବ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି, ଜାତୀୟ ଉପସଭାପତି ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆଙ୍କ ଅଧ୍ୟକ୍ଷତା ୨୯ତମ ରାଜ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡଃ ସଂଜୀବ ରେଡ୍ଡି ମତ ପ୍ରକାଶ କରିଥିଲେ ।
ଏହି ସମ୍ମଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ଅଜୟ ଲଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଓ ଦେଶର ସମସ୍ତ ନିର୍ମାଣ ଓ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ସେହମାନେ ର୍ହି ଦେଶର ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରିପାରିବେ । କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ନ ଦେଇ ବର୍ତମାନର ସରକାର କେବଳ ପୁଞ୍ଜିପତିମାନଙ୍କ ପୁଞ୍ଜି ବୃଦ୍ଧି ପାଇଁ ଚେଷ୍ଟାରତ ଥିବା ଦ୍ୱାରା ଏହା ସଂପୂର୍ଣ୍ଣ ଦେଶର ଶ୍ରମିକ ସମାଜକୁ ନିଷ୍ପେଷିତ କରୁଛି । ଓଡ଼ିଶା ରାଜ୍ୟରେ ସରକାରଙ୍କ ଦୋମୁହାଁ ନୀତି ଯୋଗୁ ସେମାନଙ୍କର ନ୍ୟାାର୍ଯ୍ୟ ପ୍ରାପ୍ୟରୁ ବିରୋଧ ହେଉଛନ୍ତି । ଏହାର ଉଦାହରଣ ଦେଶର ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ସର୍ବନିମ୍ନ ମଜୁରୀ ଓ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅଛି । କିନ୍ତୁ ସମ୍ବିଧାନ ଅନୁସାରେ ସମଗ୍ର ଦେଶରେ ସମାନ ହାରର ମଜୁରୀ ଓ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଲାଗୁ ହେବା କଥା । ବିଶେଷ କରି କେତେଗୁଡ଼ିଏ ରାଜ୍ୟ ଦୀର୍ଘଦିନର ପ୍ରଚଳିତ କାର୍ଯ୍ୟ ସମୟ ନିଘଂଟ ୮ ଘଂଟାରୁ ୧୨ ଘଂଟାକୁ ବୃଦ୍ଧି କରି ଶ୍ରମିକ ମାନଙ୍କୁ ପ୍ରତାରିତ କରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଆମ ଓଡ଼ିଶାରୁ ରୋଜଗାର ଅଭାବରୁ ପ୍ରାୟ ୧ କୋଟି ଶ୍ରମିକ ଅନ୍ତଃରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଆନ୍ତି । ଅନେକ କ୍ଷେତ୍ରରେ ସେମାନେ ମଧ୍ୟ ମାଲିକା ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହୁଅନ୍ତି । ଆମ ରାଜ୍ୟ ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକମାନଙ୍କର ସଠିକ ଡାଟା ବେସ ଅଭାବରୁ ଦଲାଲମାନେ ସେମାନଙ୍କୁ ପ୍ରତାରିତ କରନ୍ତି ବୋଲି ଶ୍ରୀ ଲାଲ୍ଲୁ ମତବ୍ୟକ୍ତ କରିଥିଲେ । ତେଣୁ ଶ୍ରମିକମାନଙ୍କର ଶତ୍ରୁ ଶାସିତ ସରକାରଙ୍କୁ ଶ୍ରମିକମାନେ ଏକଜୁଟ ହୋଇ ଗାଦିଚ୍ୟୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଆଇଏଲଓର ଗର୍ଭରିଙ୍ଗ ବର୍ଡି ସଭ୍ୟ ଶ୍ରୀ ସତ୍ୟଜିତ ରେଡ୍ଡି ଭାରତ ସରକାର ଶ୍ରମିକମାନଙ୍କର ହିତରେ ଥିବା ସମସ୍ତ ଆଇଏଲଓ କୋର୍ଡକୁ ତୁରନ୍ତ ପ୍ରଚଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଆଗାମୀ ଦିନରେ ସେ ଆଇଏଲଓ ଦ୍ୱାରା ଏହାକୁ ତ୍ୱରାନ୍ୱିତ କରିବାକୁ ପ୍ରଚେଷ୍ଟା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତ ଦେଇଥିଲେ । ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବିତ ଏସଆଇଆର ମାଧ୍ୟମରେ ଭୋଟର ଲିଷ୍ଟକୁ ସଂଶୋଧନ କରିବା ପ୍ରଚେଷ୍ଟା ଏକ ଶ୍ରମିକ ବିରୋଧି ପ୍ରଚେଷ୍ଟା ବୋଲି ମତବ୍ୟକ୍ତ କରିଥିଲେ । ଏହାଦ୍ୱାରା ଆମ ରାଜ୍ୟର ଏକକୋଟି ପ୍ରବାସୀ ଶ୍ରମିକ ମାନଙ୍କ ନାମ ଭୋଟର ଲିଷ୍ଟରୁ କଟିଯିବ । ଏ ପ୍ରତି ନିର୍ବାଚନ କମିସନର ଦୃଷ୍ଟି ନିକ୍ଷେପ କରିବା ପାଇଁ ଦାବି କରିଥିଲେ । କର୍ମଚାରୀ ରାଜ୍ୟ ସ୍ୱାସ୍ଥ୍ୟ ଯୋଜନାର ମାସିକ ସର୍ବଚ୍ଚୋ ଦରମା ସୀମାକୁ ୨୧ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରି ବର୍ତମାନ ଉକ୍ତ ସ୍ୱାସ୍ଥ୍ୟ ବୀମାରୁ କଟିଯାଇଥିବା ପାଖାପାଖି ଦେଢ଼ ଲକ୍ଷ ଲୋକ ସ୍ୱାସ୍ଥ୍ୟବୀମାରେ ଜଡିତ ହେବେ । ଡଃ ଖୁଂଟିଆ ଠିକା ଶ୍ରମିକମାନଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବର୍ଗର ମହିଳା ଶ୍ରମିକମାନଙ୍କୁ ସର୍ବୋଚ୍ଚ ନ୍ୟାୟଧିସଙ୍କ ଆଦେଶ ଅନୁସାରେ ପ୍ରସ୍ତୁତିକାଳିନ ଛୁଟି ପ୍ରଦାନ କରିବା, ଠିକା ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି କରି ଉଚ୍ଚ ପଦବୀକୁ ପ୍ରମୋସନ ଦେବା, ପ୍ରସ୍ତାବିତ ଶ୍ରମିକ ବିରୋଧି ୪ଟି ଲେବର କୋର୍ଡକୁ ପ୍ରତ୍ୟାହାର କରିବା, ଟାଟା ପାୱାର ଦ୍ୱାରା ନିଷ୍ପେସିତ ହେଉଥିବା ଶ୍ରମିକମାନଙ୍କୁ ସରକାର ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ । ରାଜ୍ୟର ଜଳପ୍ରପାତ ମାଧ୍ୟମରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ହେଉଥିବା ବିଦ୍ୟୁତଶକ୍ତି ଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ପ୍ରତ୍ୟେକ ଉପଭୋକ୍ତାକୁ ୩୦୦ କେ.ଡବ୍ଲୁଏଚ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଶକ୍ତି ଯୋଗାଇବା ସ୍ମାଟ ମିଟର ବସାଇବା ବନ୍ଦ କରିବା ଓ ଅଧିକ ସିକ୍ୟୁରିଟି ଡିପୋଜିଟ୍ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସଭାର ନିୟମଅନୁଯାୟୀ ରିଜୋଲେସନ କମିଟିର ଅଧ୍ୟକ୍ଷ ଶ୍ରୀ ମଦନ ମୋହନ ଧଳ ସମୁଦାୟ ୧୯ ଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହିତ କରାଇଥିଲେ ।
ଶେଷରେ ନିର୍ବାଚନ ପ୍ରକ୍ରିୟାର ଅଧ୍ୟକ୍ଷ ଶ୍ରୀ କିଶୋର ଜେନା ତଥା ଅଧ୍ୟକ୍ଷ ମଣ୍ଡଳୀ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କ ପ୍ରସ୍ତାବ ଅନୁଯାୟୀ ଡ. ରାମଚନ୍ଦ୍ର ଖୁଂଟିଆଙ୍କୁ ଅଗାମୀ ୩ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଉକ୍ତ ସମ୍ମିଳନୀରେ ଶ୍ରୀ କିଶୋର ଜେନା, ସ୍ୱାଗତ ଭାଷଣ ଦେବା ସହିତ ଶ୍ରୀ ମଦନ ମୋହନ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର ଏହି ୨୯ତମ ରାଜ୍ୟ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ଘୋଷ, ପ୍ରଶାନ୍ତ ମହାପାତ୍ର, ଶ୍ୟାମସୁନ୍ଦର ମହାପତ୍ର, ଅକ୍ଷୟ କୁମାର ତ୍ରିପାଠୀ, ସତ୍ୟବ୍ରତ ନାୟକ, ଶ୍ରୀମତୀ ପ୍ରଣତୀ ମିଶ୍ର, ଧରଣୀଧର ସ୍ୱାଇଁ ପ୍ରକାଶ ବେହେରା, ପ୍ରଦୀପ ଦାସ, ସତ୍ୟାନନ୍ଦ ସାହୁ, କ୍ଷିରୋଧ ଓଝା, ବୀଣାପାଣି ସାମଲ, ବୈଭବ ଜେନା, ସୁଶିଲ ବେହେରା, ନିହାର ଦାସ, ବିମଳ ନାୟକ, ଏନ୍.ସି. ଦାସ, ଜନାର୍ଦ୍ଦନ ଦେହୁରୀ, ବିଷ୍ଣୁ ମୋହନ ରଥ, ଭୁବନ ବିହାରୀ ସାହୁ, ଘନ ସବର, ଭବାନୀ ଶଙ୍କର ଜେନା, ସିଲି ସେଠୀ, ଏଲିସ ମିଞ୍ଜ, ମୁକ୍ତାର ଖାଁ, ମୁନା ଖାଁ, ପଦ୍ମଲୋଚନ ମହନ୍ତ, ଜବାମଣି ଟୁଡୁ, ଫକୀର ଖଟୁଆ, ବସନ୍ତ ସେଠୀ, ଦିଗାମ୍ବର ଗଡନାୟକ, ଅଜୟ ପାଇକରାୟ, ସୁଚିତ୍ର ଦାସ, ଚିନ୍ମୟ ହୋତ, ବେଦଦ୍ୟୁତ ପୃଷ୍ଟି, ସୁବାଶିଷ ନାୟକ, ରଶ୍ମିରଞ୍ଜନ ପରିଡା, ମାନସ ପାତ୍ର, ଭରତ ପରିଡା, ମାନସ କର, ବିଜୟ ଦ୍ୱିବେଦୀ ପ୍ରମୁଖ ପ୍ରତ୍ୟେକ ଜିଲ୍ଲା ବହୁ ସଂଖ୍ୟାରେ ଶ୍ରମିକ ନେତା ଉପସ୍ଥିତ ଥିଲେ ।










