ସୁନ୍ଦରଗଡ: ସୁନ୍ଦରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କୁ ବାଲିଶଙ୍କରା ବ୍ଲକ୍ ବାବୁଡିହି ମିଞ୍ଜପଡ଼ାର ରାଜେଶ କିଣ୍ଡୋ (୩୮) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ତଳସରା ଥାନା ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସ୍କୁଟି ଆରୋହୀଙ୍କୁ ପଛ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ଦେବା ସହ ଟ୍ରକ୍ଟି ସ୍କୁଟିକୁ ବହୁ ଦୂର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା । ଟ୍ରକ ତଳେ ପେଷି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।










