ଭଦ୍ରକ : ଟଙ୍କା ସୁଝି ନ ପାରିବାରୁ ଯୁବକଙ୍କୁ ଅପହରଣ ଅଭିଯୋଗ । ଭଦ୍ରକ ଟାଉନ ଥାନା ଅଧୀନସ୍ଥ ପୋଷ୍ଟ ଅଫିସ ଛକ ନିକଟ ରୁ ଉଠାଇ ନେଲେ 5 ଜଣ ଯୁବକ । . ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଲେ । ଗାଡ଼ିକୁ ପିଛା କରି ବାରିକ ପୁର ଛକ ରୁ ଉଦ୍ଧାର କଲା ଟାଉନ ପୋଲିସ । ଥାନାରେ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗଞ୍ଜାମ ଜିଲ୍ଲା ବ୍ରହ୍ଣପୁର ଅଂଚଳରୁ ଆସିଥିଲେ ଅପହରଣକାରୀ । କଟକ ଜିଲ୍ଲା ତିଗିରିଆ ପାଞ୍ଚାପଡା ଅଂଚଳର ପ୍ରସନ୍ନ ପ୍ରଧାନ ନାମକ ଜଣେ ଯୁବକ ଭଦ୍ରକ ସହରାଞ୍ଚଳ ଥାନା କୁଆଁସରେ ଭଡାରେ ରହୁଥିଲେ । ପ୍ରସନ୍ନ ପ୍ରଧାନ ବ୍ରହ୍ଣପୁର ଅଂଚଳର କେତେକ ଲୋକଙ୍କ ଠାରୁ କାଜୁ ଚାଷ କରିବା ପାଇଁ ଟଙ୍କା ଧାରରେ ଆଣିଥିଲେ । ତେବେ ସେ ସେହି ଟଙ୍କାକୁ ସୁଜି ପାରି ନ ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବ୍ରହ୍ଣପୁରର କିଛି ଯୁବକ ଭଦ୍ରକ ଆସି ତାଙ୍କୁ ଅପହରଣ କରିବାର ଯୋଜନା ରଖି ଗୋଟିଏ ବୋଲେରୋ ଗାଡିରେ ଆସି ପୋଷ୍ଟ ଅଫିସ ଛକଥିଲେ । ପ୍ରସନ୍ନ ପ୍ରଧାନ ସଉଦା ନେଉ ଯାଉଥିଲା ବେଳେ ସେହି ଅପହରଣ କାରୀମାନେ ତାଙ୍କୁ ସେହି ଗାଡ଼ିରେ ବସାଇ ଉଠାଇ ନେଉଥିଲେ । ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।










