ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ବିଜେଡିର ନୈତିକ ସମର୍ଥନ । ବିଜେଡି ନୈତିକ ସମର୍ଥନ ଜଣାଇବ କହିଲେ ମୁଖପାତ୍ର ଲେନିନ୍ ମହାନ୍ତି । ସେ କହିଛନ୍ତି ଯେ ଚାଷୀ ସମସ୍ୟା, ପିୟୁସିସି, ସ୍ମାର୍ଟ ସିଟି ପ୍ରସଙ୍ଗରେ ବନ୍ଦ ଡାକରାକୁ ସମର୍ଥନ । ସୂଚନାଯୋଗ୍ୟ, ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ବିଜେଡିର ସମର୍ଥନ ପୂର୍ବରୁ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟବ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହାନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନି ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ସମସ୍ୟାଗୁଡିକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପ।ଳନକୁ ସମର୍ଥନ ଜଣାଇବା ପାଇଁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇ ଥିବା ସୂଚନା ଦିଆଯାଇଛି ।










