21.1 C
Bhubaneswar
Sunday, February 1, 2026
Homeଓଡିଶାଓଡିଶା କୈନ୍ଦ୍ରିକ ପାର୍ଟି ହେବ: ମୋକିମ

ଓଡିଶା କୈନ୍ଦ୍ରିକ ପାର୍ଟି ହେବ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ ବଡ ସୂଚନା ଦେଇଛନ୍ତି । ଓଡିଶା ଜନତା କଂଗ୍ରେସ କିମ୍ବା ଓଡିଶା ଲୋକ କଂଗ୍ରେସ ନାଁ ହୋଇପାରେ । ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ, ଉଦ୍ୟମ ଚାଲିଛି । ଏକଥା କହିଛନ୍ତି ମହମ୍ମଦ ମୋକିମ । ଓଡିଶା କୈନ୍ଦ୍ରିକ ପାର୍ଟି ହେବ । ଓଡିଆ ଲୋକଙ୍କ ପାଇଁ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ନେତା ଓ ଲୋକଙ୍କୁୁ ଭେଟୁଛୁ କହିଛନ୍ତି, ମହମ୍ମଦ ମୋକିମ । ୩୦ରେ ମହିଳା ସମାବେଶ ହେବ । ଫେବୃଆରୀ ୫ରେ କୃଷକ ସମାବେଶ ହେବ । ବିଭିନ୍ନ ସମସ୍ୟା ସମ୍ପର୍କରେ ସମାବେଶରେ ଆଲୋଚନା ହେବ । ଏବଂ ଆଲୋଚନା ହେବା ପରେ ଦଳ ଗଠନ ହେବ । ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ ବୋଲି କହିଛନ୍ତି ମହମ୍ମଦ ମୋକିମ । ସେହିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆ ଫିର୍ଦ୍ଦୋସଙ୍କ ଉପସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଥିବାରୁ ଉପସ୍ଥିତ ରହୁଛନ୍ତି ବୋଲି ମହମ୍ମଦ ମୋକିମ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking