ଯାଜପୁର: ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସମଗ୍ର ଭାରତବର୍ଷରେ ଆଜି ହର୍ଷ ଉଲ୍ଲାସର ସହିତ ଏହି ଦିବସ ପାଳିତ ହେଉଥିବା ବେଳେ ବ୍ଯାସନଗର ମହାବିଦ୍ୟାଳୟ ରେ ମଧ୍ୟ ଏହା ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଏନସିସି ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ ପ୍ୟାରେଡ୍ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ଅଭିବାଦନ ଗ୍ରହଣ କରିଥିଲେ। ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ମଲ୍ଲିକ ଜାତୀୟତାର ଭାବନା ରେ ସମସ୍ତେ ଉଦ୍ ବୁଦ୍ଧ ହୋଇ ଦେଶମାତୃକାର ସେବାପାଇଁ କାର୍ଯକରିବା ଉଚିତ୍ ବୋଲି କହିଥିଲେ। ମିଳିତ ପ୍ୟାରେଡରେ ୩ଟି ଏନସିସି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଶତାଧିକ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଏନସିସି କ୍ୟାଡେଟ ଓ ସାଧାରଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ। କଲେଜ୍ ପ୍ୟାରେଡ୍ ସରିବା ପରେ ଏନସିସି କ୍ୟାଡେଟମାନେ କ୍ଯାପ୍ଟେନ୍ ସ୍ବାଇଁଙ୍କ ନେତୃତ୍ବରେ ବ୍ଯାସନଗର ପୈ।ରପରିଷଦ ଦ୍ବାରା ଆୟୋଜିତ ମିଳିତ ପ୍ୟାରେଡ୍ ରେ ଏନସିସି ବର୍ଗରେ ଅଂଶଗ୍ରହଣ କରି ଯଥା କ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକ ଉଭୟ ଏନସିସି ଅଫିସର ଓ କ୍ୟାଡେଟ ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।










