ଯାଜପୁର: କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ଅଷ୍ଟମ ମିନି ମାରାଥନ । ଏଜୁକେସନ ପଂର ଅଲର ବାର୍ତା ପ୍ରଚାର କରିବା ଉଦ୍ଧେଶ୍ୟରେ ଆଜି ସକାଳୁ ନରସିଂହ ଚୌଦୁରି ମହାବିଦ୍ୟାଳୟ ନିକଟରୁ ଏହି ମିନି ମାରାଥନ ଆରମ୍ଭ ହୋଇଥିଲା । ଯାଜପୁର ଜିଲପାଳ ଅମ୍ବର କୁମାର କର ଉଦ୍ଘାଟକ ଭାବେ ଯୋଗ ଦେଇ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲାର ବିଭିନ୍ନ କଲେଜରୁ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ନରସିଂହ ଚୌଦୁରି ମହାବିଦ୍ୟାଳୟ ରୁ ବାହାରିଥିବା ଏହି ମିନି ମାରାଥନ ଯାଜପୁର ପୌରପାଳିକା ଅଧିନସ୍ଥ ହକି ପ୍ରଶିକ୍ଷଣ କେନ୍ଦ୍ରରେ ଉଦଯାପିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ । କଳିଙ୍ଗଟିଭି ପ୍ରତିନିଧି ଅବିନେଶ୍ୱର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଭୁଲେଖ ଓ ବନ୍ଦୋବସ୍ତ ର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ଡଃ ସାମନ୍ତଙ୍କ ପକ୍ଷରୁ ରାଜ୍ୟ ର ଆଦିବାସୀ ମାନଙ୍କ ଛାତ୍ର ଛାତ୍ରୀଙ୍କ ପାଇଁ ହେଉଥିବା ଉନ୍ନତିମୁଳକ ପଦକ୍ଷେପ ପାଇଁ ଦେଶ ବିଦେଶରୁ ପ୍ରଶଂସା ମିଳୁଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ, ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ ଏବଂ ବିଶିଷ୍ଠ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ୍ୟ ଡ ରଞ୍ଜନ କୁମାର ବେହେରା ଯୋଗ ଦେଇ ଏଭଳି ମିନି ମାରାଥନ ଆୟୋଜନ ପଂଳରେ ଶିକ୍ଷାର ପ୍ରଚାର ପ୍ରସାର ହୋଇପାରିବ ଏଥିପାଇଁ କିଟ ଓ କିସ ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରିଥିଲେ । କିଟ ପକ୍ଷରୁ ସମାବେଶ ନାୟକଙ୍କ ନେତୃତ୍ଵ ରେ କିଟ କିସ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମିନିମାରାଥନରେ ଅଂଶଗ୍ରହଣ କରିଥିବା ପୁରୁଷ ଓ ମହିଳା ବିଭାଗ ର କୃତୀ ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ । ପରିଶେଷ ରେ କଳିଙ୍ଗ ଟିଭି ପ୍ରତିନିଧି ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।










