31.1 C
Bhubaneswar
Monday, April 27, 2026
Homeଓଡିଶା୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ: ଦେବଗଡରେ ଲଜ୍ଜା । ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତକାଲି ରାତିରେ ନାମ ଯଜ୍ଞ ଦେଖିବାକୁ ଯାଇଥିବା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା । ବାର୍କୋଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ଉଦିତ ପାତ୍ର ନାମକ ଯୁବକ ଶିଶୁଙ୍କୁ ଦୁଷ୍କର୍ମ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ଶିଶୁକନ୍ୟା ଚିତ୍କାର କରିବାରୁ ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ ମାରିଥିଲେ ଗ୍ରାମବାସୀମାନେ । ଗ୍ରାମବାସୀଙ୍କ ମାଡରେ ଉଦିତଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।ଘଟଣାସ୍ଥଳରୁ ଉଦ୍ଧାର କରି ଅଭିଯୁକ୍ତକୁ ଦେବଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଡାକ୍ତରଖାନାରେ ପୋଲିସ ହେପାଜତରେ ଅଭିଯୁକ୍ତକୁ ରଖାଯାଇଛି । ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଛି । ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking