ସମ୍ବଲପୁର: ହୀରାକୁଦ ରେଳ ଷ୍ଟେସନର ବିପରୀତ ପାଶ୍ୱର୍ ୫୩ନଂ ଜାତୀୟ ରାଜପଥ କଡରେ ଏକ ଶବ ପଡିଥିବା ଦେଖାଯାଇଛି । ଶବ ନିକଟରେ ଚପଲ ପଡି ରହିଛି । ରେଳବାଇ ବିଭାଗର ହଲିଡେହୋମ ପାଶ୍ୱର୍ ବୁଦା ପାଖରେ ଶବଟି ପଡି ରହିଛି । ପଥଚାରୀଙ୍କ ପାଖରୁ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପାରିପାଶ୍ୱିର୍କ ସ୍ଥିତି ଓ ପ୍ରାଥମିକ ତଦନ୍ତ ପରେ ଭିମସାର ବଡ ଡାକ୍ତରଖାନା ଶବ ବାହକ ଗାଡିରେ ଭିମସାର ଫାଣ୍ଡି ଶବାଗାରକୁ ନେଇଛି । ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବୟସ ୫୦ରୁ ୫୫ ହୋଇଥିବା ଅନୁମାନ କରାଯାଉଛି । ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।










