35.2 C
Bhubaneswar
Tuesday, April 21, 2026
Homeଓଡିଶାପ୍ରୋଟୋକଲ ଭାଙ୍ଗି ପିଲାଙ୍କ ସହ ହାତ ମିଶାଇ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି

ପ୍ରୋଟୋକଲ ଭାଙ୍ଗି ପିଲାଙ୍କ ସହ ହାତ ମିଶାଇ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି

ଝାରସୁଗୁଡ଼ା: ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମସ୍ଥଳକୁ ଯିବାବେଳେ ହନୁମାନ ବଟିକା ଛକରେ ପ୍ରୋଟୋକଲ ଭାଙ୍ଗିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଖରାକୁ ଖାତିର ନକରି ଜନସାଧାରଣଙ୍କ ଗହଳି ଭିତରେ କିଛି କ୍ଷଣ ବିତାଇଛନ୍ତି । ଶୀତତାପ ନିୟନ୍ତ୍ରିତ କାର୍‌ରୁ ଓହ୍ଲାଇ ଡ଼ହଡ଼ହ ଖରାରେ ଜନସାଧାରଣଙ୍କୁ ଭେଟିଛନ୍ତି । ହନୁମାନ ବଟିକା ନିକଟରେ ହଠାତ୍ କାରରୁ ଓହ୍ଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । କିଛି ଛୋଟ ପିଲାଙ୍କ ସହ କଥା ହୋଇ ଚକୋଲେଟ୍ ମଧ୍ୟ ଦେଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking