ନୂଆଦିଲ୍ଲୀ: ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ। ୟୁରୋପୀୟ ୟୁନିଅନର ୨ ପ୍ରମୁଖ ନେତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଅଛନ୍ତି। ଆଜି ସାରା ଦେଶ ପାଳନ କରୁଛି ୭୭ତମ ଗଣତନ୍ତ୍ର ଦିବସ। ଦିଲ୍ଲୀର କାର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ୟୁନିଅନର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଉପସ୍ଥିତ ଅଛନ୍ତି। ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଆଇଏସଏସରେ ତାଙ୍କର ୧୮ ଦିନିଆ ଗବେଷଣା ପାଇଁ ଅଶୋକ ଚକ୍ର ପ୍ରଦାନ କରିଛନ୍ତି।










