19.1 C
Bhubaneswar
Monday, February 2, 2026
Homeଓଡିଶାମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସଂଧ୍ୟା

ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଭୁବନେଶ୍ୱରରେ ଅବସ୍ଥିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟର ଭରପୁର ଆନନ୍ଦ ନେଇଥିଲେ ।ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା – “ଧାଇୟେନା ନୀଲକାନ୍ତ ପ୍ରମାଥା ଗଣପତି” ଯାହାକୁ ପରିବେଷଣ କରିଥିଲେ ଭୁବନେଶ୍ୱରର ସଂଗୀତା ପଣ୍ଡା ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ସମ୍ବଲପୁରର ରିଙ୍କୁ କୁମାର ସାହୁ ପ୍ରଥମେ ଅର୍ଦ୍ଧନିରୀଶ୍ଵର ପରିବେଷଣ କରିଥିଲେ ଯାହା ରାଗ ରାଗମାଳିକ ଓ ତାଳ ତାଳମାଳିକା ଉପରେ ନିବଦ୍ଧ ଥିଲା ପରେ ପରେ ତାଙ୍କ ପ୍ରସ୍ତୁତିରେ ଥିଲା ମା ସମଲେଇ ଯାହା ହେଉଛି ମାତାଙ୍କର ଅନନ୍ତ ତଥା ସର୍ବଭାରତୀୟ ରୂପର ଏକ ଶାସ୍ତ୍ରୀୟ ପ୍ରସଙ୍ଗ ।

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ରାହୁଲ ଭାରସନି ଏବଂ ମିର୍ଦୁଳା ନାୟକ ପ୍ରଥମେ ପରିବେଷଣ କରିଥିଲେ ଶିବ ମଙ୍ଗଳାଚରଣ ଯାହା ରାଗ ଭାଟିଆରା ଓ ତାଳ ଯତି ଉପରେ ନିବଦ୍ଧ ଥିଲା ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ସ୍ଥିର ଯାହା ଏକତାଳି ଉପରେ ନିବଦ୍ଧ ଥିଲା । ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ରାଗ ମଲବା କୌଶିକ୍ ଓ ତାଳ-ତ୍ରିପଟା ଉପରେ ନିବଦ୍ଧ ଅଷ୍ଟଶମ୍ଭୁ । ଶେଷରେ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ତ୍ରିଧାରାର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଆୟୋଜିତ ଦଳଗତ ଓଡ଼ିଶୀ ନୃତ୍ୟ ଜୟରାମ ସହିତ ଆରମ୍ଭ ହୋଇଥିଲା, ଯାହା ରାମାୟଣର ନାୟକ ଭଗବାନ ରାମଙ୍କ ପୌରାଣିକ କାହାଣୀ ଉପରେ ନିବଦ୍ଧ ଥିଲା ଏବଂ ତା’ପରେ ମଙ୍ଗଳାଚରଣ ଶ୍ରୀରାମ ଧ୍ୟାନ ଏବଂ ସେମାନଙ୍କର ଶେଷ ଉପସ୍ଥାପନା ଥିଲା ସୀତା ରାମ ଆଳପମ୍ ଏକ ସ୍ୱତନ୍ତ୍ର ପରିବେଷଣ ଯାହା ଶ୍ରୀରାମଙ୍କ ରାଜ୍ୟାଭିଷେକ ପାଇଁ ଅଯୋଧ୍ୟାକୁ ବିଜୟୀ ପ୍ରତ୍ୟାବର୍ତ୍ତନ କାହାଣୀ ଉପରେ ପର୍ଯବେଶିତ ଥିଲା ।

ଦ୍ୱିତୀୟ ସନ୍ଧ୍ୟାର ଅତିଥୀମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଦୂର୍ଗା ଚରଣ ରଣବୀର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ପ୍ରଖ୍ୟାତ ସଂସ୍କୃତ ସାଧକ ଡକ୍ଟର ଭରତ ଭୂଷଣ ରଥ, ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ଓଡ଼ିଆ ଭାଷା, ସାହି‎ତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିଶ୍ମିତା ମନ୍ତ୍ରୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ଡକ୍ଟର ନାଜିଆ ଆଲାମ୍‍ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ନୃତ୍ୟ ଉତ୍ସବର ସିଧା ପ୍ରସାରଣ ଦୂରଦର୍ଶନର କେନ୍ଦ୍ରର ଡ଼ି ଡ଼ି ଭାରତୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୋସିଆଲ ମିଡ଼ିଆ ପ୍ଲାଟ୍‍ଫର୍ମରେ କରାଯାଉଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking