21.1 C
Bhubaneswar
Tuesday, February 3, 2026
Homeଓଡିଶାବଡଦେଉଳରେ ନୃସିଂହ ମହାପ୍ରଭୁ

ବଡଦେଉଳରେ ନୃସିଂହ ମହାପ୍ରଭୁ

ଭୁବନେଶ୍ୱର: ବଡଦେଉଳରେ ନୃସିଂହ ମହାପ୍ରଭୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ନୃସିଂହ ଉପାସନା ପରମ୍ପରା ବହୁକାଳରୁ ବହୁଳ ଭାବେ ପ୍ରଚଳିତ। ବଡଦେଉଳରେ କିଛି ନୃସିଂହ।

୧- ସିଂହଦ୍ବାର ଗୁମୁଟ ଘରେ ଶ୍ରୀ ପତିତପାବନ ଠାକୁରେ ରହିଲେ ଆମର ଦକ୍ଷିଣ ହସ୍ତ ପଟକୁ । କର ଅଞ୍ଜଳି ଜୋଡି ମଥାନତ କରି ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ବାମକୁ ବୁଲନ୍ତୁ।
ସେଠି କୃପାପୂର୍ବକ ଦର୍ଶନ ଦେବେ ମହାବୀର ହନୁମାନ ଓ ହାତେ ଦେଉଳ ରେ ବାଇଶିହାତ ଦିଅଁ ବହୁଭୁଜ ବିଶିଷ୍ଟ ନୃସିଂହ ଠାକୁର।

୨- ଏବେ ବାଇଶି ପାବଚ୍ଛ ଦେଇ ସେଇ ବାମ ପଟରେ କାଶୀ ବିଶ୍ବନାଥ ଶିବଶମ୍ଭୁ ବିରାଜୁଛନ୍ତି । ପ୍ରଣାମ ଜଣାଇ ବେଲପତ୍ର ପାଦୁକ ପାଇ ଆଉ ଗୋଟିଏ ପାହାଚ ଉପରକୁ ଶ୍ରୀ ଭଗବାନ ରାମ ଓ ନୃସିଂହନାଥ ଙ୍କୁ ଦର୍ଶନ କରନ୍ତୁ।

୩- କୂର୍ମ ବେଢା ଆରମ୍ଭ ତୋରଣଠୁ ସିଧା ଅନେଇଲେ ଏକ ଅତ୍ୟନ୍ତ ସୁନ୍ଦର କ୍ଷୁଦ୍ର ପ୍ରସ୍ତର ନିର୍ମିତ ନରସିଂହ ପ୍ରତିମା ଦୃଷ୍ଟି ଆକର୍ଷଣ କରନ୍ତି।

୪- ସେଇଠୁ ସତ୍ୟ ନାରାୟଣଙ୍କ ପଟକୁ ବେଢା ଦର୍ଶନ ଦିଗରେ ମଝି ତୋରଣଠି ରୋଷ ଘରକୁ ବାଟ। ରୋଷଘରୁ ଭୋଗମଣ୍ଡପ ମଧ୍ୟକୁ ଭୋଗ ବୁହାହବା ବାଟରେ ଉପର ପାହାଚରେ ବାମ କାନ୍ଥ ମନ୍ଦିରରେ ନୃସିଂହ ନାରାୟଣ ଅଛନ୍ତି।

୫- ଭୋଗ ମଣ୍ଡପର ପୂର୍ବ ଦିଗକୁ ଥିବା ପାହାଚ ତଳେ ଠିକ୍ ଏକ କ୍ଷୁଦ୍ର ନରସିଂହ ଠାକୁର ପୂଜା ପାଇଆନ୍ତି।

୬- ସବୁ ଦିଅଁ ମାନଙ୍କୁ ଦର୍ଶନ ସାରି ମୁକ୍ତି ମଣ୍ଡପ ପାଖକୁ ଆସନ୍ତୁ। ମୁକ୍ତି ମଣ୍ଡପର ପଶ୍ଚିମରେ ସ୍ଥିତ ଶ୍ରୀ ନୃସିଂହ ନାରାୟଣ ହେଉଛନ୍ତି ସର୍ବ ପୁରାତନ। ସେ ହେଉଛନ୍ତି ମହାବିଷ୍ଣୁ। ଏହା ସର୍ବ ପୁରାତନ ମନ୍ଦିର।ଅତ୍ୟନ୍ତ ଦୁର୍ଲ୍ଲଭ ତଥା ସର୍ବ ପାପନାଶିନୀ ଏହି ମହାନୃସିଂହଙ୍କର ଦର୍ଶନ ବୋଲି ମାନ୍ଯତି ରହିଛି। ଶିଳାଲେଖ ପାଠ ଅନୁଯାୟୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଦିରୂପ ଏହିଠାରେ ହିଁ ପ୍ରତିଷ୍ଠିତ। ତାଙ୍କରି ଦ୍ବାର ଦେଶରେ ଖୋଦିତ ଶିଳାଲେଖା ଏହାର ପ୍ରମାଣ ଦିଏ। ପୁରା ସାମ୍ନାକୁ ଠିଆ ହୋଇ ଦର୍ଶନ କରିବାର ବିଧି ନାହିଁ, କାରଣ ସେଇ ଶିଳାଲେଖାରେ ଖୋଦିତ ଯୋଡହସ୍ତ ମୁଦ୍ରାର ମୂର୍ତ୍ତି ମାନେ ସଜୀବ ଓ ସଦା ଦର୍ଶନ ଅଭିଳାଷୀ ବୋଲି ମଧ୍ୟ ବିଶ୍ଵାସ।ଏଠି ମହାପ୍ରଭୁ ସଦାବେଳେ ଚନ୍ଦନ, କର୍ପୁର, ଜାଇଫଳ ରସ ଲଗେଇ ଗୋରା ଦିଶୁଥାନ୍ତି।
ଏହି ମୂର୍ତ୍ତି ନୃସିଂହ ହିରଣ୍ୟକଶିପୁକୁ ବିଦାରଣ କରିବା ଭଙ୍ଗୀରେ ପୂଜା ପାଉଛନ୍ତି।

୭- ମା’ ବିମଳାଙ୍କୁ ଦର୍ଶନ ସାରି ମା’ ଭୂବନେଶ୍ବରୀ ମନ୍ଦିରରେ ମା’ ସରସ୍ବତୀଙ୍କର ବାମପାର୍ଶ୍ବରେ ଶ୍ରୀ ନୃସିଂହ ନାରାୟଣ ବିଜେ କରିଛନ୍ତି।

୮- ଏବେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ପ୍ରବେଶ କଲେ ବାମହାତ ପଟେ କଳା ଚିକ୍କଣ ମୁଗୁନି ପ୍ରସ୍ତର ନିର୍ମିତ କେଡେ ସୁନ୍ଦର ନୃସିଂହ ନାରାୟଣ ତାଙ୍କ ବାମ ଜାନୁରେ ମା’ ମହାଲକ୍ଷ୍ମୀଙ୍କୁ ବସେଇ ଅବସ୍ଥାନ ଥିବା ଅପୂର୍ବ ଦିବ୍ୟ ଦର୍ଶନ ପ୍ରାପ୍ତି ହୁଏ। ଭାରି ସୁନ୍ଦର ଓ ଶାନ୍ତି ଲାଗେ।

୯- ବାହାର ବେଢାରେ ଦକ୍ଷିଣିଦୁଆର ପୂର୍ବକୁ ନୃସିଂହ ମନ୍ଦିର ଅଛନ୍ତି।

୧୦- ଦକ୍ଷିଣ ଘରେ ବାଡି ନୃସିଂହ ଓ ପାତାଳ ନୃସିଂହ ପୂଜା ପାଉଛନ୍ତି।

୧୧- ଦକ୍ଷିଣ ଦ୍ବାର ମା’ ବୁଢୀଠାକୁରାଣୀଙ୍କ ମନ୍ଦିରକୁ ଲାଗି ପୁରାଣ ନୃସିଂହ ନାରାୟଣ ବିଜେ କରିଥାନ୍ତି, ଯାହାଙ୍କ ପାଖରେ ନୃସିଂହ ପୁରାଣ, ଭାଗବତ, ଓ ଅନ୍ୟାନ୍ୟ ପୁରାଣ ପାଠ କରାଯାଏ ଓ ସତସଙ୍ଗ ହୁଏ।

୧୨- ଏବେ ମହାପ୍ରଭୁଙ୍କ ନାଟମଣ୍ଡପ ଭିତରେ ଉପରକୁ ଲକ୍ଷ୍ଯ କଲେ ପୁରାତନ ଭବ୍ଯ ନୃସିଂହନାଥ ଓଡିଶାର ସ୍ବତନ୍ତ୍ର ପରିଚୟ ପଟ୍ଟଚିତ୍ର କଳାରେ ଅନନ୍ତନାଗ ଉପରେ ବସିଥିବା, ଦୁଇହସ୍ତରେ ଚକ୍ର ଓ ଧନୁ ଶୋଭାୟମାନ ଭାବେ, ଦୁଇପାର୍ଶ୍ବରେ ପିତାମହ ବ୍ରହ୍ମା ଏବଂ ମହାରାଜ ଇନ୍ଦ୍ରଦ୍ଯୁମ୍ନ କରଯୋଡ ଓ ଦଣ୍ଡାୟମାନ ଅବସ୍ଥାରେ ଅଙ୍କିତ ହୋଇଛନ୍ତି। ବେଶ୍ ସୁନ୍ଦର କଳା।

୧୩- ଉପରୋକ୍ତ ଚିତ୍ରଙ୍କର ତଳ ଖୁମ୍ବର ଡାହାଣପଟେ ନୃସିଂହ ମହାପ୍ରଭୁଙ୍କ ମୂର୍ତ୍ତି ବିଦ୍ୟମାନ।

୧୪- ଗରୁଡସ୍ତମ୍ଭର ବାମପାର୍ଶ୍ବରେ ଦକ୍ଷିଣିଦୁଆର ଆଡେ ଗଲାବେଳେ ସେଠି ନୃସିଂହ ନାରାୟଣ ଅଛନ୍ତି।

୧୫- ପଶ୍ଚିମଦ୍ବାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କଲାବେଳେ ଉପବନ ଓ ନୀଳାଦ୍ରୀ ବିହାର ମ୍ୟୁଜିୟମ ସାରି ସିଧା ଦେଉଳ ଭିତର ବେଢାରେ ପଶି ଉପରକୁ ବେକଭାଙ୍ଗି ଚାହିଁଲେ ବିରାଟକାୟ ନୃସିଂହ ମହାପ୍ରଭୁ ଦର୍ଶନ ଦେଇଥାନ୍ତି। ତାଙ୍କ ପାଖରେ ପହଞ୍ଚିବା ପାଇଁ ପାହାଚର ବ୍ଯବସ୍ଥା ରହିଛି।

୧୬- କାଳିଆସାଆନ୍ତେ ଅଣସର ବେଳେ ୧୪ ଦିନ କାଳ ଜରରେ ପଡିବାବେଳେ, ଅଣସର ତାଟି ବାହାରେ ପଟ୍ଟଚିତ୍ରରେ ଅଙ୍କା ଠାକୁରଙ୍କର ଦଶାବତାରଙ୍କ ମଧ୍ୟରେ ନୃସିଂହନାଥ ପୂଜା ପାଆନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking