21.1 C
Bhubaneswar
Thursday, February 5, 2026
Homeଓଡିଶାଶ୍ରୀମନ୍ଦିରରେ ନାବାଳକକୁ ପୁଲିସର ମାଡ ଅଭିଯୋଗ

ଶ୍ରୀମନ୍ଦିରରେ ନାବାଳକକୁ ପୁଲିସର ମାଡ ଅଭିଯୋଗ

ପୁରୀ: ପୁରୀ ଶ୍ରୀମନ୍ଦିରର ବାହାର କାଠ ନିକଟରେ ନାବାଳକକୁ ପୁଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର। ଗତକାଲି ରାତିରେ ସେ ତାଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲା । ହେଲେ ନାବାଳକଙ୍କୁ ଶ୍ରୀମନ୍ଦିର ମଧ୍ୟରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଯାହାପରେ ଆକ୍ସନ ମୋଡ଼କୁ ଆସିଛି ପୁଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପେୁଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ ପୁଲିସ କରୁଛି । ତେବେ ନାବାଳକକୁ ପେୁଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି ଏବଂ କାହିଁକି । ସେନେଇ ତଦନ୍ତ କରୁଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking