16.1 C
Bhubaneswar
Thursday, February 5, 2026
Homeଓଡିଶାଅଦାଲତ ଅବମାନନା ମାମଲା: ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ

ଅଦାଲତ ଅବମାନନା ମାମଲା: ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ପ୍ରସଙ୍ଗରେ ଓଡିଶା ଉଚ୍ଚନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଅଦାଲତ ଅବମାନନା ଅଭିଯୋଗରେ ନଗର ଉନ୍ନୟନ ସଚିବ ଉଷା ପାଢୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚିବ ଉଷା ପାଢୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ. ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ସେମାନଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ହାଜର କରିବା ପାଇଁ କଟକ- ଭୁବନେଶ୍ୱର ଅଥରିଟିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୩୦ରେ ହାଜର ହୋଇ ପୂର୍ବ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ସେ ନେଇ ସ୍ପଷ୍ଟୀକରଣ ରଖିବେ। ତେବେ ଏହି ସମୟ ଭିତରେ ଯଦି ପ୍ରତିପକ୍ଷଙ୍କ ତରଫରୁ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଏ, ଆଉ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଏ ତେବେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇ ନପାରେ ବୋଲି ହାଇକୋର୍ଟ କହିଛନ୍ତି । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking