ଭୁବନେଶ୍ୱର: ସୋମବାର ହେବନି କୌଣସି ସରକାରୀ ବୈଠକ । ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର କୌଣସି ବିଭାଗ ବୈଠକ ରଖିବେ ନାହିଁ । ଅଭିଯୋଗ ଶୁଣାଣିକୁ ଦିଆଯିବ ଗୁରୁତ୍ୱ । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ସହିତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏଥି ସହିତ ପ୍ରତିମାସ ତୃତୀୟ ଶନିବାର ଭିତ୍ତିଭୁମି ପ୍ରକଳ୍ପର ସମୀକ୍ଷା ହେବ । ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ । ସମସ୍ତ ବିଭାଗକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁଗର୍ଗ ।










