18.1 C
Bhubaneswar
Wednesday, February 4, 2026
Homeଓଡିଶାଦିଲ୍ଲୀ ଘୋଷଣା ୨୦୨୬ ଗ୍ରହଣ ସହ ଶେଷ ହେଲା ଆଇଆଇସିଡିଇଏମ–୨୦୨୬ ସମ୍ମିଳନୀ

ଦିଲ୍ଲୀ ଘୋଷଣା ୨୦୨୬ ଗ୍ରହଣ ସହ ଶେଷ ହେଲା ଆଇଆଇସିଡିଇଏମ–୨୦୨୬ ସମ୍ମିଳନୀ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଦ୍ବାରା ଆୟୋଜିତ ତିନିଦିନିଆ ଭାରତ-ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଦିଲ୍ଲୀ ଘୋଷଣାନାମ ୨୦୨୬ର ଗ୍ରହଣ ସହିତ ସମାପ୍ତ ହୋଇଛି। ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC), ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର (ECs) ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ, ୪୨ଟି ନିର୍ବାଚନ ପରିଚାଳନା ସଂସ୍ଥା (EMBs) ର ମୁଖ୍ୟ ୭୦ ରୁ ଅଧିକ ଜାତୀୟ ପ୍ରତିଷ୍ଠାନର ବିଶେଷଜ୍ଞ ଏବଂ ଭାରତ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୬ ଟି ମୁଖ୍ୟ ନିର୍ବାଚନ ଅଧିକାରୀ (CEOs) ସମ୍ମିଳନୀର ସମାପ୍ତି ଅବେଶନରେ ଉପସ୍ଥିତ ଥିଲେ ।

ସମାପନା ଅଧୂବେଶନରେ, ଶ୍ରୀ କୁମାର ଦିଲ୍ଲୀ ଘୋଷଣା ୨୦୨୬ର ପାଠ କରିଥିଲେ, ଯାହାକୁ ନିର୍ବାଚନ ପରିଚାଳନା ସଂସ୍ଥା ଗୁଡ଼ିକ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲେ । ନିର୍ବାଚନ ତାଲିକାର ସ୍ବଚ୍ଛତା, ନିର୍ବାଚନ ପରିଚାଳନା, ଗବେଷଣା ଏବଂ ପ୍ରକାଶନ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ତାଲିମ ଏବଂ କ୍ଷମତା ନିର୍ମାଣ ସମ୍ବନ୍ଧୀୟ ଘୋଷଣାପତ୍ରର ପାଞ୍ଚଟି ସ୍ତମ୍ଭ ଉପରେ ଏକ‌ତ୍ର କାମ କରିବାକୁ ଅଂଶଗ୍ରହଣକାରୀମାନେ ସଂକ‌ଳ୍ପ ନେଇଥିଲେ। ସମୟ ସମୟରେ ସେମାନଙ୍କର ପ୍ରଗତି ସମୀକ୍ଷା କରିବାକୁ ଏବଂ ଡିସେମ୍ବର ୩, ୪ ଏବଂ ୫ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM)ରେ ସାକ୍ଷାତ କରିବାକୁ ପ୍ରସ୍ତାବ ରଖିଛନ୍ତି । ନିର୍ବାଚନ ପରିଚାଳନା ସଂସ୍ଥା ମାନେ ବିଶ୍ବର ଗଣତନ୍ତ୍ର ଉପରେ ଏକ ସହ-ସଂଯୋଜିତ ଏନସାଇକ୍ଲୋପିଡିଆ, ଅନ୍ତର୍ଜାତୀୟ ଆଇ.ଡି.ଇ.ଏ ଦ୍ବାରା ପରିଚାଳିତ ହେଉଥିବା ସାତଟି ବିଷୟବସ୍ତୁ ଉପରେ ଏକ ବ୍ୟାପକ ରିପୋର୍ଟ ଏବଂ ଆଇ.ଆଇ.ଆଇ.ଡି.ଇ.ଏମ ଦ୍ବାରା ପରିଚାଳିତ ୩୬ଟି ବିଷୟବସ୍ତୁ ପ୍ରକାଶ କରିବାକୁ ସଂକଳ୍ପ ନେଇଛନ୍ତି । ଇ.ସି.ଆଇ.ନେଟ ପରି ଡିଜିଟାଲ୍ ପ୍ଲାଟଫର୍ମକୁ ସହ-ବିକଶିତ କରିବା, ନିର୍ବାଚନ ପରିଚାଳନା ଏବଂ ନିର୍ବାଚନ ତାଲିକା ପ୍ରସ୍ତୁତିରେ ବୃତ୍ତଗତତା ପ୍ରଦାନ କରିବା ପାଇଁ ତାଲିମ ଏବଂ ଆଇ,ଆଇ, ଆଇ.ଡି.ଇ. ଏମ ମାଧ୍ୟମରେ ସ୍ବଚ୍ଛ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବାର ପ୍ରତିଶ୍ରୁତି କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର ତାଙ୍କ ମୁଖ୍ୟ ଭାଷଣରେ କହିଛନ୍ତି ଯେ ସମ୍ମିଳନୀ ଆଦର୍ଶ ଅନ୍ତର୍ଜାତୀୟ ନିର୍ବାଚନ ମାନଦଣ୍ଡ ସମ୍ପର୍କରେ ଆଲୋଚନାକୁ ଉଜ୍ଜୀବିତ କରିଛି । ସମ୍ମିଳନୀ ସମୟରେ ଅନୁଷ୍ଠିତ ୪୦ ରୁ ଅଧୁକ ଦ୍ଵିପାକ୍ଷିକ ବୈଠକ ବିଷୟରେ ଉଲ୍ଲେଖ କରି, ଶ୍ରୀ କୁମାର କହିଛନ୍ତି ଯେ ଏହି ସମସ୍ତ ପ୍ରକ୍ରିୟା ପାରସ୍ପରିକ ସହଯୋଗ, ବୁଝାମଣା ଏବଂ ସାମୂହିକ ଦୃଷ୍ଟିକୋଣକୁ ଚିକଶିତ କରିବାରେ ଅବଦାନ ଗ୍ରହଣ କରୁଛନ୍ତି। ସମାପନା ଅଧିବେଶନରେ ଭାଷଣ ଦେଇ, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ କହିଛନ୍ତି ଯେ ସ୍ବଚ୍ଛତା, ପାରସ୍ପରିକ ସମ୍ମାନ ଏବଂ ପରସ୍ପରଠାରୁ ଶିଖିବାର ଇଚ୍ଛା, ବିଶ୍ବ ନିର୍ବାଚନ ସମ୍ପ୍ରଦାୟର ପରିପକ୍ଵତା ଏବଂ ବୃତ୍ତିଗତତାକୁ ପ୍ରତିଫଳିତ କରୁଛି। ସେହିପରି, ନିର୍ବାଚନ କମିଶନର ଡକ୍ଟର ବିବେକ ଯୋଶୀ କହିଛନ୍ତି ଯେ ଇ.ସି.ଆଇ.ନେଟର ଶୁଭାରମ୍ଭ ଭାରତୀୟ ପ୍ରଯୁକ୍ତିବିଦ୍ୟା ଉନ୍ନତିର ପ୍ରତୀକ । ପ୍ରଯୁକ୍ତିବିଦ୍ୟା ମାଧ୍ଯମରେ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ନାଗରିକଙ୍କ ବିଶ୍ଵାସ ଓ ସମର୍ଥନ ବୃଦ୍ଧିପାଇବ। ଏହି ତିନିଦିନିଆ ସମ୍ମିଳନୀ, ପ୍ରଥମ ଏବଂ ସର୍ବବୃହତ । ଏହା ଏକ ଭବ୍ୟ ସ୍ବାଗତ ସମାରୋହ ଏବଂ ଉଦଘାଟନୀ ଅଧୁବେଶନ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ୪୨ ନିର୍ବାଚନ ପରିଚାଳନା ସଂସ୍କାର ଅନୁର୍ଜାତୀୟ ପ୍ରତିନିଧ ଏବଂ ୨୭ ଦେଶର ମିଶନ ମୁଖ୍ୟଙ୍କ ସମେତ ପ୍ରାୟ ୧୦୦୦ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ନିର୍ବାଚନ ପରିଚାଳନା ସଂସ୍ଥା ମୁଖ୍ୟଙ୍କ ପୂର୍ଣ୍ଣାଙ୍ଗ ସମାଲୋଚନା ରାଷ୍ଟ୍ରଦୂତ/ଉଚ୍ଚlୟୁକ୍ତମାନଙ୍କୁ ଏକତ୍ରିତ କରିଥିଲା । ସମ୍ମିଳନୀର ଦ୍ୱିତୀୟ ଦିବସରେ ଇ.ସି.ଆଇ ନେଟର ଶୁଭାରମ୍ଭ ହୋଇଥିଲା, ଯାହା ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ସୂଚନା ଏବଂ ସେବା ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମ ଅଟେ । ଓଡ଼ିଶାରୁ ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଳନ, ଅତିରିକୁ ସିଇଓ ସୁଶାନ୍ତ କୁମାର ମିଶ୍ର,ଡେପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ଡେପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଏବଂ ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ ଉପସ୍ଥିତ ଥିଲେ। ସମ୍ମିଳନୀରେ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ନେତୃତ୍ୱରେ ୩୬ଟି ପ୍ରାସଙ୍ଗିକ ଗୋଷ୍ଠୀ, ପ୍ରମୁଖ ଶିକ୍ଷାନୁଷ୍ଠାନ, ଜାତୀୟ ଏବଂ ଅନୁର୍ଜାତୀୟ ଶିକ୍ଷା ବିଶେଷଜ୍ଞ ମାନେ, କ୍ରସ୍-କଟିଂ ବିଶ୍ବ ନିର୍ବାଚନୀ ବିଷୟବସ୍ତୁ, ଆଦର୍ଶ ଅନ୍ତର୍ଜାତୀୟ ନିର୍ବାଚନୀ ମାନଦଣ୍ଡ ଏବଂ ନିର୍ବାଚନୀ ପ୍ରକ୍ରିୟାର ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନ ଉପରେ ଗଭୀର ଆଲୋଚନାରେ ଯୋଗଦାନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking