ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବରରେ ଥର ଆତଙ୍କ । ଭଡା ଗାଡ଼ିରେ ଭାଇଗିରି ଦେଖାଇଲେ ଯୁବକ । ଥର ଉପରେ ଚଢ଼ିଲେ, ନାଚିଲେ ଆଉ ଶୋଇପଡିଲେ । ନିଶାସକ୍ତ ଅବସ୍ଥାରେ ରାଜରାସ୍ତାରେ ଘଟାଇଲେ ନାରକୀୟ କାଣ୍ଡ । ଆଶିଷ ମିଶ୍ର ନାମକ ଜଣେ ଯୁବକ ଭାଇରାଲ ଭିଡିଓକୁ ‘X ‘ ଆକାଉଣ୍ଟରେ ପକାଇବା ପରେ ପୋଲିସ ଗାଡିକୁ ସିଜ କରିଛି । ତେବେ ଭାଇରାଲ ଭିଡିଓରେ ନମ୍ବର ଟ୍ୟାମ୍ପର କରି ଯୁବକ ମାନେ ଉନ୍ମତ୍ତ କାଣ୍ଡ ଭିଆଉଥିବା ଦେଖାଯାଇଛି । ନମ୍ବର ପ୍ଲେଟ ଉପରେ ଷ୍ଟିକର ଲଗାଇ ପୋଲିସକୁ ଚକମା ଦେବାପାଇଁ ଭରପୁର ଉଦ୍ୟମ କରାଯାଇଥିବା ଦେଖାଦେଇଛି ।










