18.1 C
Bhubaneswar
Wednesday, February 4, 2026
Homeଓଡିଶା୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ନବୀନଙ୍କ ଆଲୋଚନା

୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ରେ ୧୦ ଟି ଜିଲ୍ଲା ର ଜିଲ୍ଲା ପରିଷଦ ସଭାପତି ମାନଙ୍କ ସହ ସେମାନଙ୍କ ଜିଲ୍ଲା ର ବିକାଶ କାମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟ ରେ ଆଲୋଚନା କରିଥିଲେ। ଆଲୋଚନା ରେ ଭାଗ ନେଇ ଜିଲ୍ଲା ପରିଷଦ ସଭାପତି ମାନେ ପଞ୍ଚାୟତି ପ୍ରତିନିଧି ମାନଙ୍କ କ୍ଷମତା କୁ ରାଜ୍ୟ ସରକାର ହଡପ କରି ପ୍ରଶାସନ କୁ ଦେଇଥିବାରୁ ତୃଣମୂଳ ସ୍ତର ରେ ସୃଷ୍ଟି ହେଉଥିବା ଅସନ୍ତୋଷ ବିଷୟ ରେ ଶ୍ରୀ ପଟ୍ଟନାୟକ ଙ୍କୁ ଅବଗତ କରିଥିଲେ। ପଂଚାୟତି ରାଜ ବ୍ୟବସ୍ଥା କୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାର ଙ୍କ ଉଦ୍ୟମ କୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିବା ସହିତ ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡିଶା ରେ ପଞ୍ଚାୟତି ରାଜ ବ୍ୟବସ୍ଥା କୁ ଶକ୍ତିଶାଳୀ କରିବାକୁ ବିଜୁ ବାବୁଙ୍କ ଆଦର୍ଶ ରେ ବିଜେଡି ସରକାର ଅନେକ ସକାରାତ୍ମକ ପଦକ୍ଷେପ ନେଇଥିଲା। କୌଣସି ପରିସ୍ଥିତିରେ ବି ପଞ୍ଚାୟତ କୁ ଦୁର୍ବଳ କରିବା ଉଦ୍ୟମ କୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସରକାର ଙ୍କ ଅସହଯୋଗ ପରି ପ୍ରତିକୂଳ ପରିସ୍ଥିତି ସତ୍ୱେ ବିକାଶ କାମ ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ନିଜ ନିଜ ଜିଲ୍ଲା ରେ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ସ୍ତର ରେ ପ୍ରସ୍ତୁତି ଆରମ୍ଭ କରିବାକୁ ଶ୍ରୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭାପତି ମାନଙ୍କୁ ପରାମର୍ଶ ଦେଇଥିଲେ।
ଆଜି ର କାର୍ଯ୍ୟକ୍ରମ ରେ ବାଲେଶ୍ୱର ର ନାରାୟଣ ପ୍ରଧାନ,କଟକ ର କିଶୋର ଚନ୍ଦ୍ର ମିଶ୍ର,ବଲାଙ୍ଗୀର ର ଦେବକୀ ସାହୁ,ବରଗଡ଼ ର ମାନିନୀ ଭୋଇ,ମାଲକାନଗିରି ର ସମାରି ଟାଙ୍ଗୁଲୁ,ଅନୁଗୁଳ ର ବବିତା ପ୍ରଧାନ,ଗଞ୍ଜାମ ର ଅଞ୍ଜଳି ସ୍ୱାଇଁ, ଜଗତସିଂହପୁର ର ମନୋରଞ୍ଜନ ଭୋଇ,ନୟାଗଡ଼ ର ଦେବାଶିଷ ପଟ୍ଟନାୟକ ଓ ନବରଙ୍ଗପୁର ର ମୋତିରାମ ନାୟକ ପ୍ରମୁଖ ଜିଲ୍ଲା ପରିଷଦ ସଭାପତି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking