17.1 C
Bhubaneswar
Tuesday, February 3, 2026
Homeଓଡିଶାନୀଳଗିରି ସହରରେ ଭାଲୁ ଆତଙ୍କ

ନୀଳଗିରି ସହରରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରି ସହରରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭାଲୁଟି ସ୍ୱର୍ଣ୍ଣଚୁଡ ପାହାଡ଼କୁ ଫେରୁଥିବା ବେଳେ ସାନଅତା ୮ ନଂ ୱାର୍ଡର ତିନି ଜଣ ଗ୍ରାମବାସୀ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା। ପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ସେହିପରି ନିତ୍ୟାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା। ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ନୀଳଗିରି ସହରରେ ଭାଲୁ ଆତଙ୍କ ଭାଲୁ ଆକ୍ରମଣରେ ୩ ଗୁରୁତର । ଗୁରୁତର ନୀଳଗିରି ମେଡ଼ିକାଲରେ ଭର୍ତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking