ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରାସ୍ତା କଡରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଲ୍ଲାର ପଡିଆ ବ୍ଲକରେ ଏହି ମୃତଦେହ ମିଳିଛି। ମୃତକଙ୍କୁ ପଡ଼ିଆ ଗାଁର ବାସିନ୍ଦା ହନ୍ତଲ ସମୀର ଏବଂ ଦୀପକ କୁମାର ଲିମା ଭାବରେ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପଡ଼ିଆ ବ୍ଲକ ଅଞ୍ଚଳରେ ରାସ୍ତା କଡ଼ରେ ଦୁଇଟି ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପଡ଼ିଆ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବକମାନଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।










