ବାଲେଶ୍ୱର: ବାଲେଶ୍ୱରରେ ସୋସିଆଲ ମିଡିଆଲ ପୋଷ୍ଟ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛି । କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ କରିବାକୁ ନିବେଦନ କରାଯାଇଛି । କ୍ଷତିକାରକ ପୋଷ୍ଟଗୁଡିକର ସ୍କ୍ରିନସଟ କିମ୍ବା ଲିଙ୍କ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୋଗ କରନ୍ତୁ, ପ୍ରମାଣ ସ୍ୱରୁପ ସଂରକ୍ଷଣ କରି ରଖନ୍ତୁ ବୋଲି ଜନସାଧାରଣଙ୍କୁ କୁହାଯାଇଛି । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।










