30.1 C
Bhubaneswar
Wednesday, January 21, 2026
Homeଓଡିଶାରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କଟକ ଜିଲ୍ଲା ଗସ୍ତ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କଟକ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ କଟକ ଜିଲ୍ଲା ଗସ୍ତ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଓ ଆୟୋଗର ସଦସ୍ୟା ଚନ୍ଦନା ଦାସଙ୍କ ସହିତ ଏକ ଟିମ କଟକ ଜିଲ୍ଲା ପରିଦର୍ଶନ କରିଛନ୍ତି ।   କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗୋଟେ ଆଦିବାସୀ ବସ୍ତି, ଅଙ୍ଗନୱାଡି କେନ୍ଦ୍ର, ଶିଶୁ ଦେଖାଶୁଣା କେନ୍ଦ୍ର, ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିବା ସହିତ ମେଘେଶ୍ବର ହାଇସ୍କୁଲର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ଦିଗରେ ସରକାରଙ୍କ ଯୋଜନା ଗ୍ରାଉଣ୍ଡ ଜୋରରେ କେତେ କାର୍ଯ୍ୟକାରୀ ହେଉଛି ତାହା ଜାଣିବା ପାଇଁ ଏହି ପରିଦର୍ଶନ କରା ଯାଉଥିବା ଆୟୋଗର ଅଧ୍ୟକ୍ଷା କହିଥିଲେ ।  ପିଲା ମାନେ ଅଧାରୁ ପାଠପଢା ଛାଡ଼ିବା ବା ବିଦ୍ୟାଳୟ ନ ଆସୁଥିବା ପିଲାଙ୍କୁ କିପରି ବିଦ୍ୟାଳୟକୁ ଅଣାଯିବ ସେ ନେଇ ବ୍ୟବସ୍ଥା କରାଯିବ। ଯାହାଦ୍ଵାରା ଶିଶୁ ଶ୍ରମିକ ହାର କମିବା ସହିତ ପିଲା ମାନେ ଶିକ୍ଷିତ ହେବେ। ଚୌଦ୍ଵାର ଠାରେ ଥିବା ଶିଶୁ ସଦନ ପରିସର ବୁଲିବା ସହିତ ସୁନ୍ଦର କାର୍ଯ୍ୟକ୍ରମ କରାଯାଇ ପିଲା ମାନଙ୍କୁ ରଖାଯାଇ ବିଭିନ୍ନ ଦିଗକୁ ନେଇ ଶିକ୍ଷା ଦିଆ ଯାଉଥିବା ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking