ଭୁବନେଶ୍ୱର: ବିଜେଡିରୁ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପ୍ରସଙ୍ଗରେ ଦଳର କାର୍ଯ୍ୟାନୁଷ୍ଠାନ ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ବିଜୟ ମହାପାତ୍ର ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ପୁଅକୁ ଧରି ଏଥିରେ ସଫଳ ହେଲେନି ବିଜୟ ମହାପାତ୍ର । ଗୁଇନ୍ଦା ରିପୋର୍ଟରୁ ଏନେଇ ଜଣାପଡିଲା । ଯିଏ ଦଳ ଭାଙ୍ଗିବାକୁ ଚେଷ୍ଟା କରିବ, କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଥାଉକି କିଛି ଦିନ ତଳେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଏବଂ କେଉଁଝର ବିଦାୟକ ସନାତନ ମହାକୁଡଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ । ତାହାକୁ ଏବେ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଧୋର ଧରିଛି । ଦଳ ବିରୋଧୀ କାର୍ଯ୍ୟ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।










