ଭୁବନେଶ୍ୱର: ନିକଟରେ କେନ୍ଦ୍ର ସରକାର କଂଗ୍ରେସ ସରକାରଙ୍କ ସମୟରେକରାଯାଇଥିବା ମନରେଗା ଆଇନକୁ ପରିବର୍ତ୍ତନ କରି ଭିବିଜିରାମ ଜୀ ଆଇନଆଣିଛନ୍ତି। ଏଥିରେ କେବଳ ମହାତ୍ମାଗାନ୍ଧୀଙ୍କ ନାମକୁ ହଟେଇବାର ପ୍ରୟାସ କରାଯାଇନି ବରଂ୧୨ କୋଟି ଲୋକଙ୍କର ଜୀବିନ ଜୀବିକାକୁ ହରଣ କରାଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥାପ୍ରତି ଏହି ନୂଆ ଆଇନ ଅବଜ୍ଞା କରିବା ସହିତ ସମ୍ବିଧାନକୁ ମଧ୍ୟ ବିରୋଧ କରୁଛି। ଏହିପରିବର୍ତ୍ତିତ ଆଇନରେ କଂଗ୍ରେସ ସରକାର ସମୟରେ ଗରୀବ ଲୋକଙ୍କୁ ଦିଆଯାଇଥିବା କାମରଅଧିକାରକୁ ଛଡାଇନବାର ପ୍ରୟାସ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ତରଫରୁସମଗ୍ର ଭାରତ ବର୍ଷରେ ମନରେଗା ବଞ୍ଚାଓ ସଂଗ୍ରାମ ଆରମ୍ଭ କରାଯାଇଛି। ଓଡ଼ିଶାରେ ପ୍ରଦେଶକଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ରାଜୀବ ଗାନ୍ଧୀପଞ୍ଚାୟତିରାଜ ସଂଗଠନ ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ମନରେଗା ବଞ୍ଚାଅ ସତ୍ୟାଗ୍ରହ ଲୋୟରପିଏମଜି ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନରଜାତୀୟ ଅଧ୍ୟକ୍ଷ ଡ. ସୁନିଲ ପନୱର ଏବଂ ଉପାଧ୍ୟକ୍ଷ ଶ୍ରୀ କୁନାଲ ବାନାର୍ଜୀ ଯୋଗଦେଇମନରେଗାର ପରିବର୍ତ୍ତିତ ରୂପ ରେଖ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ଜନସାଧାରଣଙ୍କୁଲୋକଙ୍କର ହକ୍ ପାଇଁ ପଞ୍ଚାୟତ ସ୍ତରକୁ ଯାଇ ଲଢ଼େଇ କରିବାର ଆହ୍ୱାନ ଦେଇଥିଲେ। ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଏହି ସତ୍ୟାଗ୍ରହଅନୁଷ୍ଠିତ ହୋଇଥିଲା ଏବଂ ଅନୁଷ୍ଠାନର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ପ୍ରଧାନଏହାକୁ ପରିଚାଳନ କରିଥିଲେ। ସଂଗଠନର ଉପସଭାପତି ଡ. ମନୀଷାଦାସ ପଟ୍ଟନାୟକପରିଚାଳନାରେ ସହଯୋଗ କରିଥିଲେ। ସଂଗଠନ ତରଫରୁ ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ରଦିଆଯିବା ପାଇଁ ସ୍ଥିର କରାଯାଇଥିଲା। ସେଥିପାଇଁ ରାଜ୍ୟପାଳଙ୍କ କାର୍ଯ୍ୟଳାୟକୁସାକ୍ଷାତକାର ସହିତ ଦାବି ପତ୍ର ଦେବା ପାଇଁ ଏକ ଅନୁରୋଧ ପତ୍ର ଦିଆଯାଇଥିଲା। କିନ୍ତୁଦୁଃଖର ବିଷୟ ମହାମିହମ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ମିଳିନଥିଲା। ଏହାକୁଆନ୍ଦୋଳନକାରୀମାନେ ଗ୍ରହଣ କରିପାରିନଥିଲେ। ରାଜ୍ୟପାଳଙ୍କର ଏତାଦୃଶ ଆଚରଣକୁଦୁର୍ଭାଗ୍ୟଜନକ ବୋଲି ବିଚାର କରି ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇ ଗ୍ରୁହିତକରାଯାଇଥିଲା। ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହିତ ଦସ୍ତଖତ ସମ୍ବଳିତଦାବିପତ୍ରକୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ପଠାଇବାକୁ ନିଷ୍ପତି ନିଆଯାଇଥିଲା।ଏହି ସଭାରେ କଂଗ୍ରେସର ବରିଷ୍ଠ ନେତୃଗଣ ଶ୍ରୀକାନ୍ତ ଜେନା, ଡ. ରାମଚନ୍ଦ୍ର ଖୁଌକ୍ଷଗ୍ଧ;ିଆ, ଅନନ୍ତପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଦେବାଶିଷ ନାୟକ, ଭୂଜବଳମାଝୀ, ନଗେନ୍ଦ୍ର ପ୍ରଧାନ ପ୍ରମୁଖ ପରିବର୍ତ୍ତିତ ମନରେଗା ଯୋଜନାର ରୂପରେଖ ବିଷୟରେପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସରକାର କିପରି ଜନତା ମାରଣ ନୀତିଆପଣେଇଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଉକ୍ତ ସତ୍ୟାଗ୍ରହରେ ଅନ୍ୟମାନଙ୍କ ମଧ୍ୟରେକଂଗ୍ରେସ ନେତା ଶିବାନନ୍ଦ ରାୟ, ଅମୀୟ ପଟ୍ଟନାୟକ, ପ୍ରକାଶ ଜେନା, କିଶୋର ଜେନା,ପ୍ରଣତୀ ମିଶ୍ର, ଯବାମଣି ଟୁଡୁ, ସୁନୀତା ବିଶ୍ୱାଳ, ସ୍ୱାଗତିକା ପଟ୍ଟନାୟକ, ଶ୍ରୀୟାପଣ୍ଡା, ମନୋରମା ଖଟୁଆ, ଜୋସ୍ନାରାଣୀ ବଗର୍ତୀ, ମନ୍ଦାକିନି ବାଣୁଆ, ପ୍ରତାପ ପ୍ରଧାନ,ସରୋଜ ବାଗ, ନିରଞ୍ଜନ ଲେଙ୍କା, ସୁବାସ ପ୍ରଧାନ, ବେଦଦ୍ୟୁତି ପୃଷ୍ଟି, ମିନକେତନ ବେହେରା, ପ୍ରଦିପପଟ୍ଟନାୟକ, ପ୍ରଦ୍ୟୁମ୍ନ ଦାସ, ପଦ୍ମଲୋଚନ ବେହେରା, ଓଡ଼ିଶା ସରପଞ୍ଚ ମହାସଂଘର ସାଧାରଣ ସମ୍ପାଦକତପନ ଚକ୍ରବର୍ତ୍ତୀ, ଜନାର୍ଦ୍ଦନ ପରିଡା, ହେମନ୍ତ ଗିରି, ଉଦୟ ଶର୍ମା, ପୁରନ୍ଦର ସିଂ, ରାଜେଶ ରାଉତ, ମାନସ କର, ଅକ୍ଷୟ ଜେନା, ସୂୁର୍ଯ୍ୟକାନ୍ତି ଛତ୍ରିଆ, ଆଦିତ୍ୟକିରଣ ନାଗ, ସୁଦର୍ଶନପାଇକରାୟ, ଦେବବ୍ରତ ଦାସ, ଲବ କୁମାର ସାହୁ, ବଳରାମ ବଗର୍ତୀ, ବାସନ୍ତୀ ସାମଲ ଓ ସିଲି ସେଠୀପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଅନେକକାର୍ଯ୍ୟକର୍ତ୍ତାଙ୍କ ସହିତ ମନେରଗା ହିତାଧିକାରୀ ମାନେ ସ୍ୱତ୍ତପ୍ରବୃତ୍ତ ଭାବେ ଉକ୍ତ ସତ୍ୟାଗ୍ରହରେଯୋଗ ଦେଇଥିଲେ। ଶ୍ରୀମତୀ ପ୍ରବାସିନୀ ରାଉତ ଏବଂ ତାଙ୍କ ସହଯୋଗୀଗଣ ବିଭିନ୍ନଜନଜାଗରଣ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସତ୍ୟାଗ୍ରହ ପରେ ସଂଗଠନରବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟସୂଚୀ ଉପରେଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ମନରେଗା ବଞ୍ଚାଓ ସଂଗ୍ରାମକୁ ଓଡ଼ିଶାରପ୍ରତ୍ୟେକଟି ପଞ୍ଚାୟତରେ ପହଂଚାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏହିବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିଲା।










