20.1 C
Bhubaneswar
Monday, January 19, 2026
Homeଓଡିଶାଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ

ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ (ECI) ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ବିଷୟରେ ଆୟୋଜିତ ପ୍ରଥମ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ (IICDEM)–୨୦୨୬ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏହି ୩ ଦିନିଆ ସମ୍ମିଳନୀ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥା (IIIDEM) ଦ୍ୱାରା ୨୧ ରୁ ୨୩ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ହେବ। IICDEM–2026 ଭାରତରେ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଆୟୋଜିତ ସବୁଠୁ ବଡ଼ ଆନ୍ତର୍ଜାତୀୟ ସମ୍ମିଳନୀ ଭାବେ ପରିଚିତ ହେବ। ଏଥିରେ ସାରା ପୃଥିବୀର ୭୦ରୁ ଅଧିକ ଦେଶରୁ ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସହ ଅନ୍ତର୍ଜାତୀୟ ସଂଗଠନ, ଭାରତରେ ଥିବା ବିଦେଶୀ ମିଶନ୍ ଏବଂ ନିର୍ବାଚନ କ୍ଷେତ୍ରର ଶିକ୍ଷାବିତ୍ ଓ ବ୍ୟବହାରିକ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ।। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ଡା. ସୁଖବୀର ସିଂହ ସାନ୍ଧୁ ଓ ଡା. ବିବେକ ଜୋଶୀ ୨୧ ଜାନୁଆରୀ ୨୦୨୬ ରେ ଆୟୋଜିତ ଉଦ୍‌ଘାଟନୀ ଅଧିବେଶନରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ସମ୍ମିଳନୀର କାର୍ଯ୍ୟକ୍ରମ ଆରମ୍ଭ କରିବେ। ୩ ଦିନିଆ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ଅଧିବେଶନ, ନିର୍ବାଚନ ପରିଚାଳନା ସଂସ୍ଥା (EMB) ମୁଖ୍ୟମାନଙ୍କ ପ୍ଲେନାରୀ, ନିର୍ବାଚନ ପରିଚାଳନା ସଂସ୍ଥା ବୈଠକ ସହ ବିଶ୍ୱ ନିର୍ବାଚନ ସମସ୍ୟା, ଆନ୍ତର୍ଜାତୀୟ ନିର୍ବାଚନ ମାନଦଣ୍ଡ, ନୂତନତା ଓ ସର୍ବୋତ୍ତମ ଅଭ୍ୟାସ ଉପରେ ବିଭିନ୍ନ ଥିମାଟିକ୍ ଅଧିବେଶନ ଅନୁଷ୍ଠିତ ହେବ।

ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ନେତୃତ୍ୱରେ ୩୬ଟି ଥିମାଟିକ୍ ଗୋଷ୍ଠୀ ଆଲୋଚନାରେ ଅଂଶଗ୍ରହଣ କରିବେ। ଏଥିରେ ୪ଟି ଆଇ ଆଇ ଟି ,୬ଟି ଆଇ ଆଇ ଏମ, ୧୨ଟି ଏନ ଏଲ ୟୁ (NLU) ଓ ଆଇ ଆଇ ଏମ ସି ସହ ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ଅଂଶଗ୍ରହଣ କରିବେ। ଭାରତ ନିର୍ବାଚନ ଆୟୋଗ ବିଶ୍ୱର ବିଭିନ୍ନ ନିର୍ବାଚନ ପରିଚାଳନା ସଂସ୍ଥା( EMB )ସହ ୪୦ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରି ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ସହଯୋଗ ଉପରେ ଆଲୋଚନା କରିବେ। ଏହି ଅବସରରେ ଭାରତ ନିର୍ବାଚନ ଆୟୋଗ ତାଙ୍କର ଏକମାତ୍ର ଡିଜିଟାଲ୍ ପ୍ଲାଟଫର୍ମ ECINET ର ଔପଚାରିକ ଶୁଭାରମ୍ଭ ମଧ୍ୟ କରିବେ। ଏହି ସମ୍ମିଳନୀ ଭାରତରେ ନିର୍ବାଚନ ଆୟୋଜନର ବିଶାଳତା ଓ ଜଟିଳତା ସହ ନିର୍ବାଚନ ଆୟୋଗ ଦ୍ୱାରା ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପ—ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନା—କୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ବିଶ୍ୱର ସବୁଠୁ ବଡ଼ ନିର୍ବାଚନ—ଲୋକସଭା ୨୦୨୪—ର ପରିକଳ୍ପନା ଓ ପ୍ରକ୍ରିୟାକୁ ଉଜାଗର କରୁଥିବା ଡକ୍ୟୁସିରିଜ୍ “ଇଣ୍ଡିଆ ଡିସାଇଡ୍ସ” IICDEM–2026 ର ପ୍ରଥମ ଦିନ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking