28.1 C
Bhubaneswar
Saturday, January 17, 2026
Homeଦେଶ ବିଦେଶ୨୪୨ ବେଟିଂ ୱେବସାଇଟ୍ ବ୍ଲକ୍‌

୨୪୨ ବେଟିଂ ୱେବସାଇଟ୍ ବ୍ଲକ୍‌

ନୂଆଦିଲ୍ଲୀ: ୨୪୨ ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ୍ ଲିଙ୍କ୍ ବ୍ଲକ କଲେ କେନ୍ଦ୍ର ସରକାର । ବର୍ତ୍ତମାନ ସୁଦ୍ଧା ୭୮୦୦ଟି ବେଆଇନ ୱେବସାଇଟ୍ ବ୍ଲକ କଲେଣି ସରକାର । ଅନଲାଇନ ଗେମିଂ ଆକ୍ଟ ଲାଗୁ ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ସରକାର । ସୂତ୍ର ଅନୁଯାୟ, ଶୁକ୍ରବାର ଦିନ ସରକାର ୨୪୨ଟି ବେଆଇନ ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ୍‌ର ଲିଙ୍କ ବ୍ଲକ କରିଛନ୍ତି । ଗତ ବର୍ଷ ଅଗଷ୍ଟରେ ସରକାରଙ୍କ ଦ୍ୱାରା ଗେମିଂ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ଉପଭୋକ୍ତାମାନଙ୍କୁ ବିଶେଷକରି ଯୁବପିଢିଙ୍କୁ ସୁରକ୍ଷା ଦେବା ଏବଂ ବେଆଇନ ବେଟିଂ ଓ ଗ୍ୟାମ୍ବଲିଂ ପ୍ଲାଟଫର୍ମ ଦ୍ୱାରା ହେଉଥିବା ଆର୍ଥିକ ଏବଂ ସାମାଜିକ କ୍ଷତିକୁ ରୋକିବା ପାଇଁ ସରକାରଙ୍କ ପତିବଦ୍ଧତାକୁ ପ୍ରତିଫଳିତ କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking