28.1 C
Bhubaneswar
Wednesday, March 4, 2026
Homeଓଡିଶାହୋମଗାର୍ଡ ନିଯୁକ୍ତିରେ ମହାଦୁର୍ନୀତି

ହୋମଗାର୍ଡ ନିଯୁକ୍ତିରେ ମହାଦୁର୍ନୀତି

ଭଦ୍ରକ: ପୁଣି ଏକ ନିଯୁକ୍ତି ପରୀକ୍ଷା । ପୁଣି ଏକ ମହାଦୁର୍ନୀତି । ହୋମଗାର୍ଡ ନିଯୁକ୍ତିରେ ମହାଦୁର୍ନୀତିର ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଅଡୁଆରେ ପଡିଛନ୍ତି ପୋଲିସ ଆରଆଇ । ଭାଇରାଲ ହେଉଛି ଟଙ୍କା ମାଗିବାର ଅଡିଓ । ଭଦ୍ରକ ରିଜର୍ଭ ପୋଲିସର ଆରଆଇ ଦେବାଶିଷ ଭୁୟାଁଙ୍କ ଖାକିରେ ଲାଗିଛି ଦୁର୍ନୀତିର ଗନ୍ଧ । ସୂଚନା ଅନୁଯାୟୀ, ବାସୁଦେବପୁରରେ ହୋମଗାର୍ଡ ପରୀକ୍ଷା ଚାଲୁଥିବା ସମୟରେ ଆରଆଇ ଦେବାଶିଷ ଭୁୟାଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ପତ୍ର ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ସେପଟେ ଜଣେ ପ୍ରାର୍ଥୀଙ୍କ ସହିତ ଟଙ୍କା ନେବାର କଥାବାର୍ତ୍ତା ହେଉଥିବାର ଅଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ କିଛି ଘଣ୍ଟା ପରେ ଆଶାୟୀ ପ୍ରାର୍ଥୀମାନେ ଏହି ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଆଉ ଏସପି ମନୋଜ ରାଉତଙ୍କ କାଯ୍ରା୍ୟାଳୟ ଘେରିଥିଲେ । ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ଛାତ୍ରଛାତ୍ରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ପ୍ରଦର୍ଶନ କରିଥିଲେ । ଆଉ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ଏହି ନିଯୁକ୍ତିରେ ଭଦ୍ରକ ପୋଲିସର ଛବି ଖରାପ ହୋଇଛି । ଆଉ ନିଯୁକ୍ତି ଦୁର୍ନୀତିରେ କେଉଁ କେଉଁ ପୋଲିସ କର୍ମଚାରୀଙ୍କର ସମ୍ପୃକ୍ତି ରହିଛି, କେଉଁମାନେ ପ୍ରମୁଖ କାର୍ପୋଟଦାର ସେ ସମ୍ପର୍କରେ ମଧ୍ୟ ଖୋଳତାଡ ଆରମ୍ଭ କରିଛନ୍ତି ଏସପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking