15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଗାଇଡ୍‌ଲାଇନ୍ ଜାରି କଲା ବିଦେଶ ମନ୍ତ୍ରଣାଳୟ; ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ଗାଇଡ୍‌ଲାଇନ୍ ଜାରି କଲା ବିଦେଶ ମନ୍ତ୍ରଣାଳୟ; ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ଧମକ ଦିଆଯିବା ପରେ ପରେ ଭାରତ ପକ୍ଷରୁ ସେଠାରେ ରହୁଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରାଯାଇଛି। ଭାରତ ସରକାର ତ୍‌ୁରନ୍ତ ଇରାନ୍ ଛାଡିବାକୁ ପ୍ରବାସୀ ଭାରତୀୟ ନାଗରିକଙ୍କୁ କହିଛନ୍ତି। ଗୋଟିଏ ପଟେ ଇରାନ୍‌ରେ ବଢ଼ୁଥିବା ହିଂସକ ପ୍ରତିବାଦ ତଥା ବିକ୍ଷୋଭ ସାଙ୍ଗକୁ ଅନ୍ୟପଟେ ଆମେରିକା ପକ୍ଷରୁ ଇରାନ୍ ଉପରେ କୌଣସି ମୁହୂର୍ତ୍ତରେ ମଧ୍ୟ ଆକ୍ରମଣ ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଇତି ମଧ୍ୟରେ ଏକାଧିକ ଥର ଇରାନ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇସାରିଲେଣି। ଏପ୍ରକାର ସ୍ଥିତିରେ ଇରାନ୍‌ରେ ରହିବା ଉଚିତ୍ ନୁହେଁ ବୋଲି କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଦର୍ଶାଇଛି। ଇରାନ୍‌ରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବର୍ତ୍ତମାନ ସମୟରେ ଇରାନ୍ ଯିବା ଆଭିମୁଖ୍ୟରୁ ମଧ୍ୟ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି ଯେ ସେମାନେ ଇରାନ ଛାଡିବା ପାଇଁ ଯେକୌଣସି ଉପାୟ ବ୍ୟବହାର କରିପାରିବେ। ଅନ୍ୟପକ୍ଷେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି ଯେ ଇରାନରେ ଉପସ୍ଥିତ ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ଯଥାଶୀଘ୍ର ବିମାନ କିମ୍ବା ଅନ୍ୟ ଉପାୟରେ ଚାଲିଯିବା ଉଚିତ୍‌। ଏତଦ୍‌ବ୍ୟତୀତ ଦୂତାବାସ ନାଗରିକମାନଙ୍କୁ ପ୍ରଦର୍ଶନ କିମ୍ବା ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ଭାରତୀୟ ଦୂତାବାସ ମଧ୍ୟ ସଙ୍କଟରେ ଥିବା ଭାରତୀୟମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଅନେକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking