25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ

ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗନଙ୍କ ଦିଲ୍ଲୀ ଘରେ ପାଳିଲେ ପୋଙ୍ଗଲ। ପୋଙ୍ଗଲ ଉତ୍ସବରେ ସାମିଲ୍ ହୋଇ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ ଏହି ଅବସରରେ କହିଛନ୍ତି ଯେ ତାମିଲନାଡୁ ଏବଂ ବିଶ୍ୱବ୍ୟାପୀ ତାମିଲମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହା ତାମିଲ ପରମ୍ପରାର ସମୃଦ୍ଧିର ଏକ ଉଜ୍ଜ୍ୱଳ ପ୍ରତୀକ ଏହି ପର୍ବ । ପ୍ରକୃତି, ପରିବାର, ସମାଜ ମଧ୍ୟରେ ସନ୍ତୁଳନ ରଖିବାର ପଥ ଦେଖାଏ ପୋଙ୍ଗଲ। ତାମିଲ ସଂସ୍କୃତି ହେଉଛି ବହୁ ପୁରାତନ ସଂସ୍କୃତି, ଏହା ପୂରା ବିଶ୍ୱକୁ ବାଟ ଦେଖାଇଛି। ତାମିଲ୍ ସଂସ୍କୃତିରେ, ଚାଷୀଙ୍କୁ ଜୀବନର ମୂଳଦୁଆ ବିବେଚନା କରାଯାଏ। ଆମର ଚାଷୀମାନେ ରାଷ୍ଟ୍ର ନିର୍ମାଣରେ ଦୃଢ ଅଂଶୀଦାର। ସେମାନଙ୍କ ଉଦ୍ୟମରୁ ଆତ୍ମନିର୍ଭର ଭାରତ ଅଭିଯାନ ଶକ୍ତି ପାଉଛି। କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking