19.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ଲିଙ୍କ୍‌ଇଟ୍‌, ସ୍ୱିଗି, ଜୋମାଟୋ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କଡା ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଆଉ ୧୦ ମିନିଟରେ ଡେଲିଭରୀ ପ୍ରତିଶ୍ରୁତିର ବିଜ୍ଞାପନ ଦେଇପାରିବେ ନାହିଁ। ସୁତରାଂ ଏପ୍ରକାର ପ୍ରତିଶ୍ରତିଯୁକ୍ତ ବିଜ୍ଞାପନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏସମ୍ପର୍କରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇ କହିଛନ୍ତି ଯେ, ଏଣିକି କୌଣସି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ୧୦ ମିନିଟ୍‌ରେ ଡୋର ଷ୍ଟେପ୍ ଡେଲିଭରି ସୁବିଧା ପ୍ରଦାନ କରିବାକୁ ନିଜ ଗ୍ରାହକଙ୍କୁ ପ୍ରତିଶ୍ରୁତି ଦେଇପାରିବେ ନାହିଁ। କାରଣ ଏପ୍ରକାର ଧାର୍ଯ୍ୟ ସମୟ ମଧ୍ୟରେ ଡେଲିଭରି କରିବା ଡେଲିଭରି ବୟଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ସୀମିତ ସମୟ ମଧ୍ୟରେ ଡେଲିଭରି ପ୍ରତିଶ୍ରୁତି ଦିଆଯିବା ଦ୍ୱ।।ରା ଡେଲିଭରି କରୁଥିବା ପୁଅ/ଝିଅଙ୍କ ଉପରେ ଏକ ଅଦୃଶ୍ୟ ଚାପ ସୃଷ୍ଟି ହେଉଛି। ଯାହାଫଳରେ ଫଳରେ ଏମାନେ ନିଜ ଜୀବନକୁୂ ବିପନ୍ନ କରି ଗ୍ରାହକଙ୍କ ନିକଟରେ ପହଞ୍ôଚବାକୁ ଚେଷ୍ଟା କରୁଛନ୍ତି। ସୁତରାଂ ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏଣିକି ଆଉ ଡେଡଲାଇନ୍ ଭିତରେ ଆଉ ବାନ୍ଧି ହୋଇ ରହିବେନି ଡେଲିଭରି ବୟ୍‌, ଯାହାକି ସେମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି।

ବିଭିନ୍ନ ଇ-ପ୍ଲାଟଫର୍ମ ପ୍ରତିନିଧିଙ୍କ ସହ ମାଣ୍ଡଭୀୟ ବୈଠକ କରିଥିଲେ। ଏହି ସମୟରେ ଡେଲିଭରୀ ଏଜେଣ୍ଟମାନଙ୍କ ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେବାକୁ ସବୁ କମ୍ପାନୀକୁ କହିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ନିଜ ନିଜ ୧୦ ମିନିଟ୍‌ରେ ଡେଲିଭରି ପ୍ରତିଶ୍ରୁତିକୁ ବନ୍ଦ କରିବାକୁ ରାଜି ହୋଇଛନ୍ତି। ତେବେ ବ୍ଲିଙ୍କିଟ ଏହି ପରିବର୍ତ୍ତନକୁ ତୁରନ୍ତ କାର୍ଯ୍ୟକାରୀ କରିଛି, ଯେତେବେଳେ ଅନ୍ୟ କମ୍ପାନୀଗୁଡ଼ିକ ଖୁବ ଶୀଘ୍ର ଏହା ଅନୁସରଣ କରିବେ ବୋଲି ଆଶା କରାଯାଉଛି। ଡେଲିଭରି ସମୟକୁ ନେଇ ଚାଲିଥିବା ପ୍ରତିଯୋଗିତାକୁ ନେଇ ଡେଲିଭରି ବୟମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ନଜରକୁ ଆସୁଛି। ପ୍ରକାଶ, ଗତ ଡିସେମ୍ବର ୨୫ରେ ଡେଲିଭରି ଏଜେଣ୍ଟଙ୍କ ୟୁନିୟନ ପକ୍ଷରୁ ଉପଯୁକ୍ତ ପ୍ରାପ୍ୟ ଓ ସାମାଜିକ ସୁରକ୍ଷା ସୁବିଧା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରକାଶ, ଗିଗ୍ ଶ୍ରମିକଙ୍କ ଏପ୍ରକାର ସମସ୍ୟାକୁ ନେଇ ସର୍ବପ୍ରଥମେ ସ୍ୱର ଉଠାଇଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢା କେନ୍ଦ୍ରର ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking