ଭୁବନେଶ୍ୱର: ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ବିରୋଧିଦଳ ନେତା ନବୀନ ପଟନାୟକ ନିଜ ସୋସିଆଲ ମିଡିଆ ଏକ୍ସରେ ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଧାନ ସଂଗ୍ରହ ବ୍ୟବସ୍ଥା, ଖୋଦ ସରକାରଙ୍କ ଦ୍ବାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ। ଅସହ୍ଯ ଥଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି । ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଧାନ କେବେ ଉଠାଇବେ ସରକାର ?ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପିର ଡବଲ୍ ଇଞ୍ଜିନ୍ ସରକାର କ୍ଷମତାକୁ ଆସିଥିଲା । ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା? ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ବପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି।

ଆହୁରି କହିଛନ୍ତି ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ ‘ନୌଟଙ୍କି’ ବୋଲି କହି ତାତ୍ସଲ୍ୟ କରୁଛି। ଏହା କ’ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ?ସରକାରୀ ଦଳର କାହାକୁ ଜଗିବେ ବୋଲି ସରକ ଧାନ ସଂଗ୍ରହ ଆରମ୍ଭରୁ ସବୁ ବ୍ୟବସ୍ଥା ହୋଇଯାଇଛି, ଟୋକନ୍ ସମସ୍ତଙ୍କୁ ମିଳିବ, ମନ୍ତ୍ରୀମାନେ ମଣ୍ଡି ଜଗି ହେଲେ କ’ଣ ହେଲା? ମଣ୍ଡିରେ ମନ୍ତ୍ରୀମାନଙ୍କ ପାଦ ପଡ଼ିବା ତ ଦୂରର କଥା, ଦୁଃଖ ସମୟରେ ଚାଷୀଙ୍କ ପାଖରେ ବି ସର ଦେଖିବାକୁ ମିଳୁ ନାହିଁ। ଚଳିତ ବର୍ଷ ଅଧିକ ଆୟର ଆଶା ବାନ୍ଧିଥିବା ଚାଷୀ ଶେଷରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି।ଧାନ ସଂଗ୍ରହ ଆରମ୍ଭରୁ ସବୁ ବ୍ୟବସ୍ଥା ହୋଇଯାଇଛି, ଟୋକନ୍ ସମସ୍ତଙ୍କୁ ମିଳିବ, ମନ୍ତ୍ରୀମାନେ । ମଣ୍ଡି ଜଗିବେ ବୋଲି ସରକାର ଚାଷୀଙ୍କୁ କହିଲେ। ହେଲେ କ’ଣ ହେଲା? ମଣ୍ଡିରେ ମନ୍ତ୍ରୀମାନଙ୍କ ପାଦ ପଡ଼ିବା ତ ଦୂରର କଥା, ଦୁଃଖ ସମୟରେ ଚାଷୀଙ୍କ ପାଖରେ ବି ସରକାରୀ ଦଳର କାହାକୁ ଦେଖୁବାକୁ ମିଳୁନାହିଁ। ଚଳିତ ବର୍ଷ ଅଧିକ ଆୟର ଆଶା ବାନ୍ଧିଥିବା ଚାଷୀ ଶେଷରେ ଅଭାବୀ ବିକ୍ରି କରିବା କରିବାକୁ ବାଧ୍ଯ ହେଉଛି।ଚାଷୀଙ୍କ ସ୍ବାର୍ଥ ସବୁଠୁ ଆଗରେ। ଆମ ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ସହ ଡବଲ୍ ଇଞ୍ଜିନ୍ ବିଜେପି ସରକାରର ଏପରି ଛଳନାର ନବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ। ବିଜୁ ଜନତା ଦଳ ଚାଷୀଙ୍କ ସାଥ୍ରେ, ଚାଷୀଙ୍କ ହକ୍ ପାଇଁ ସବୁସ୍ତରରେ ସ୍ବର ଶାଣିତ କରିବ।









