ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତଥ୍ୟ ଜାରି କରିଛନ୍ତି। ଗତ ଆର୍ଥିକ ବର୍ଷ ୨୦୨୬-୨୭ରେ ବାସ୍ତବ ଅଭିବୃଦ୍ଧି ୭.୭ ପ୍ରତିଶତ ରହିଛି। ଜିଡିପିର ମୂଲ୍ୟ ୩୨୩.୧୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ୨୦୨୪-୨୫ରେ ତାହା ୨୯୯.୮୯ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ଥିଲା।୨୦୨୫-୨୬ର ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ତଥ୍ୟ ଅନୁସାରେ କୃଷି, ପଶୁ ସମ୍ପଦ, ଜଙ୍ଗଲ ଓ ମତ୍ସ୍ୟଚାଷ କ୍ଷେତ୍ରର ଅଭିବୃଦ୍ଧି ୧୮ ପ୍ରତିଶତ ରହିଛି। ସେହିପରି ଖଣି ଓ କ୍ବାରି ଅଭିବୃଦ୍ଧି ୨ ପ୍ରତିଶତ, ମାନୁଫାକ୍ଚରିଂ (ବିନିର୍ମାଣ) ୧୭ ପ୍ରତିଶତ, ବିଦ୍ୟୁତ୍, ଗ୍ୟାସ୍, ଜଳଯୋଗାଣ ଓ ୟୁଟିଲିଟି ୨ ପ୍ରତିଶତ, ନିର୍ମାଣ ୯ ପ୍ରତିଶତ; ହୋଟେଲ୍, ବାଣିଜ୍ୟ, ପରିବହନ, ଯୋଗଯୋଗ ଓ ସେବା ଅଭିବୃଦ୍ଧି ୧୪ ପ୍ରତିଶତ; ଆର୍ଥିକ ସେବା, ରିଅଲ ଇଷ୍ଟେଟ୍, ସୂଚନା ପ୍ରଯୁକ୍ତି ଓ ପ୍ରଫେସନାଲ ସେବା ଅଭିବୃଦ୍ଧି ୨୬ ପ୍ରତିଶତ ଏବଂ ସାଧାରଣ ପ୍ରଶାନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି।










