25.1 C
Bhubaneswar
Monday, January 12, 2026
Homeଓଡିଶାରାଉରକେଲା ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର । ଆହତ ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି । ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ହୋଇଛି ଇଣ୍ଡିଆ – ୧ ବିମାନ । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସହ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । କେଉଁ ପରିସ୍ଥିତିରେ କ୍ରାସ ଲ୍ୟାଣ୍ଡିଂ କଲା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ରଘୁନାଥ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ରାଉରକେଲାରେ ବିମାନ ଦୁର୍ଘଟଣାଗ୍ରସ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking