17.1 C
Bhubaneswar
Wednesday, February 4, 2026
Homeଓଡିଶାସୋଆ କପ୍ ଉଦ୍‌ଯାପିତ: ଜ୍ଞାନ ରଞ୍ଜନ ଓ ସୋଲାନ୍‌ସି ଓଭରଅଲ ଚାମ୍ପିଆନ୍‌

ସୋଆ କପ୍ ଉଦ୍‌ଯାପିତ: ଜ୍ଞାନ ରଞ୍ଜନ ଓ ସୋଲାନ୍‌ସି ଓଭରଅଲ ଚାମ୍ପିଆନ୍‌

ଭୁବନେଶ୍ୱର: ଏକ ମାସ ଧରି ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ସୋଆ କପ୍ ନିମନ୍ତେ ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ବାରିକ ଓ ସୋଲାନ୍‌ସି ଉରମାନି ପୁରୁଷ ଓ ମହିଳା ବିଭାଗରେ ଯଥାକ୍ରମେ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଂଟନ କରିଥିଲେ। ବିଭିନ୍ନ ଟ୍ରାକ୍ ଓ ଫିଲ୍ଡ ପ୍ରତିଯୋଗିତାରେ ଭାଗ ନେଇ କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ଛାତ୍ର ବାରିକ ହାଇ ଜମ୍ପ ଓ ଲଙ୍ଗ ଜମ୍ପରେ ପ୍ରଥମ ହେବା ସହ ୧୦୦ ମିଟର ସ୍ପ୍ରିଂଟରେ ୩ ୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସମ ନର୍ସିଂ କଲେଜ ଛାତ୍ର୍ରୀ ଉର୍‌ମାନି ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ସ୍ପ୍ରିଂଟରେ ପ୍ରଥମ ହେବା ସହ କଲେଜର ରିଲେ ଟିମ୍‌୍‌ର ସଦସ୍ୟା ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିିନିୟରିଂ ବିଭାଗ ସାମଗ୍ରିକ ଭାବେ ଚମ୍ପିୟାନ ଘୋଷିତ ହୋଇଥିଲେ। ଏଥିରେ ବ୍ୟାଡମିଂଟନ, ବାସ୍କେଟବଲ୍‌, ଚେସ୍‌, କ୍ରିକେଟ, ଫୁଟବଲ, କବାଡ଼ି, ଖୋ ଖୋ, ସଫ୍ଟବଲ୍‌, ଟେବୁଲ ଟେନିସ, ଟେନିସ, ଥ୍ରୋବଲ ଓ ଭଲିବଲ ନିମନ୍ତେ ପ୍ରତିଯୋଗିତା ହୋଇଥିଲା।
ଉଦ୍‌ଯାପନୀ ଉତ୍ସବରେ ସୋଆ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପୂର୍ବତନ ରଞ୍ଜି ଟ୍ରଫି ତଥା ଇଣ୍ଡିଆ-ଏ ଖେଳାଳୀ ସଞ୍ଜୟ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିନେତା, ପ୍ରଯୋଜକ ଏବଂ କଲର୍ସ ଟିଭି ଚ୍ୟାନେଲ୍‌ର କ୍ରିଏଟିଭ ହେଡ ଶ୍ରୀ ପ୍ରୀତିରାଜ ଶତପଥୀ ଏବଂ ଶିଶୁ କଳାକାର ଅନମୋଲ ପତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କୁଳପତି ପ୍ରଫେସର ନନ୍ଦ ସବୁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ର ଜୀବନରେ କ୍ରୀଡ଼ାର ମହତ୍ୱ ବିଷୟରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା, ସୋଆ କପ୍ କନ୍‌ଭେନର ଡକ୍ଟର ସୁଜ୍ୟୋସ୍ନା ଜେନା ଓ ଆସିଷ୍ଟାଂଟ ମ୍ୟାନେଜର (ସ୍ପୋର୍ଟ୍ସ) ଶ୍ରୀ ପ୍ରିୟମ ମଲ୍ଲିକ ବକ୍ତବ୍ୟ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking