ଭୁବନେଶ୍ୱର: ଭୁବନେଶ୍ୱର ଲୋକଭବନ ଉଦ୍ୟାନ ଚଳିତ ଜାନୁଆରୀ ମାସ ୧୦ରୁ ୨୦ ତାରିଖ ଯାଏଁ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ । କେବଳ ମୋବାଇଲ ଆପ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଲୋକଭବନ ଉଦ୍ୟାନ ପରିଦର୍ଶନ ପାଇଂ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ । ଏଥିପାଇଁ ପ୍ଲେ ଷ୍ଟୋର କିମ୍ବା ଆପ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ଲୋକଭବନ , ଓଡିଶାର ମୋବାଇଲ ଆପ ଡାଉନଲୋଡ କରିବାକୁ ପଡିବ । ୧୦ରୁ ୨୦ ତାରିଖ ଯାଏଁ ଅପରାହ୍ମ ୨ଟା ୩୦ରୁ ସନ୍ଧ୍ୟା ୬ଟା ୧୫ ଯାଏଁ ସର୍ବସାଧାରଣଙ୍କପାଇଁ ଲୋକଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି । ସେପରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପରିଦର୍ଶନ ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ଏଡିସି/ ଆରଆଇ ଲୋକଭବନକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ କୁହାଯାଇଛି । ସ୍କୁଲ ପିଲାଙ୍କ ପାଇଁ ପରିଦର୍ଶନ ସମୟ ସକାଳ ୮.୩୦ରୁ ୧୦ ଟା ଯାଏଁ ରହିଛି । ଏ ସଂର୍କରେ ଅଧିକ ବିବରଣା ଜାଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବସାଇଟ https://lokbhavan.odisha.gov.in ପରିଦର୍ଶନ କରିପାରିବେ । ଉଲ୍ଲେଖ ଯୋଗ୍ୟ ଚଳିତ ଜାନୁଆରୀ ମାସ ୭ ତାରିଖରେ ଉଦଘାଟିତ ଅଟଳ ବନ ଲୋକଭବନ ସୌନ୍ଦର୍ଯ୍ୟ ବୃଦ୍ଧି କରିଛି । ସମସ୍ତ ଉଦ୍ୟାନ ଦର୍ଶାନାର୍ଥୀଙ୍କ ପାଇଁ ନ୍ୟୁ ଅଭିୋକ ହଲ ନିକଟସ୍ଥ ୩ ନମ୍ବର ଗେଟ ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।









