27.1 C
Bhubaneswar
Monday, January 12, 2026
Homeଓଡିଶାଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ: ମନ୍ତ୍ରୀ

ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ: ମନ୍ତ୍ରୀ

ଭୁବନେଶ୍ଵର: ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ  ଯାଞ୍ଚ । ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ହଜାର ଟଙ୍କା ଜରିମାନାକୁ କମାଇବା ନେଇ ତର୍ଜମା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ ।ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବାଧ୍ୟତାମୂଳତ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମଧ୍ୟ ‎ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking