14.1 C
Bhubaneswar
Monday, January 12, 2026
Homeଓଡିଶାଜୀବନ ହାରିଲେ ଯୁବତୀ: କାରଣ ଅସ୍ପଷ୍ଟ

ଜୀବନ ହାରିଲେ ଯୁବତୀ: କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ସୁନାଇଲୋ ଅଂଚଳରେ ଜଣେ ଯୁବତୀ ଗତକାଲି ଆତ୍ମହତ୍ୟା କରିଥିଲେ । ମୃତ ଯୁବତୀ ଜଣକ ହେଉଛନ୍ତି ରାଜକନିକା ତରାସ ଅଂଚଳର ପ୍ରତୀକ୍ଷା ନାୟକ । ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଏଣେ ପୁଲିସ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଶବ ଜବତ କରି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତା ପ୍ରତୀକ୍ଷା କେନ୍ଦ୍ରାଡା ପୌରପାଳିକାରେ ସୁପରଭାଇଜର ଭାବେ କାମ କରୁଥିଲେ । କିଛି ଦିନ ହେବ ତାଙ୍କର ଚାକି ନଥିଲା । କିନ୍ତୁ ସୁନାଇଲୋ ସ୍ଥିିତ ଭଡାଘରେ ସେ ଏକୁଟିଆ ରହି ଆସୁଥିଲେ । ତେବେ ଗତକାଲି ସକାଳୁ ପରିବାର ଲୋକଙ୍କ ଫୋନ୍‌ ନ ଉଠାଇବାରୁ ସନ୍ଦେହ ବଢ଼ିଥିଲା। ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ କବାଟ ଭଗାଯିବା ପରେ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିଥିଲା। ବେକରେ ଶାଢ଼ି ଗୁଡ଼ାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଟାଉନ ଥାନାଧିକାରୀ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking