ଭୁବନେଶ୍ୱର: ରଘୁନାଥପାଲି ପୋଲିସ ଦ୍ବାରା ଗାଡ଼ି ଚୋରି ରାକେଟ୍ର ପର୍ଦ୍ଦାଫାସ୍। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହା ସହ ଘଟଣାସ୍ଥଳରୁ ୭ ବୋଲେରୋ ଓ ୪ ବାଇକ୍ ଜବତ କରିଛି ପୋଲିସ। ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଗାଡ଼ି ଚୋରି କରୁଥିଲେ। ଏହି ଘଟଣାରେ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରିବା ଏବଂ ଅଧିକ ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର କରିବା ପାଇଁ ପୋଲିସ ଏହି ରାକେଟ୍ର ତଦନ୍ତ ଜାରି ରଖିଛି।









