22.1 C
Bhubaneswar
Monday, January 12, 2026
Homeଓଡିଶାରାଜ୍ୟର ୩ କୋର୍ଟକୁ ବୋମା ଧମକ: ସୁରକ୍ଷା ବ୍ୟବସ୍ଥା କଡାକଡି

ରାଜ୍ୟର ୩ କୋର୍ଟକୁ ବୋମା ଧମକ: ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ରାଜ୍ୟରେ ୩ ଟି କୋର୍ଟକୁ ବୋମା ଧମକ ମିଳିବା ପରେ ହାଇକୋର୍ଟକୁ ତୁରନ୍ତ ଖାଲି କରିଦିଆଯାଇଛି । ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ହାଇକୋର୍ଟକୁ ଖାଲି କରିଦିଆଯାଇଛି । ଅନ୍ୟ ୩ଟି କୋର୍ଟରେ ଯାଞ୍ଚ ଚାଲିଥିବାବେଳେ ହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରିଦିଆଯାଇଛି । ବିଚାରପତି ଓ ଆଇନଜୀବୀ ହାଇକୋର୍ଟରୁ ବାହାରି ଯାଇଥିବା ଜଣାଯାଇଛି । ଏଥିସହ ଡଗ ସ୍କ୍ୱାଡ ଓ ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ପ୍ରକାଶ ଯେ ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକ ଆସିଥିବା ସୂଚନା ମିଳିଛି। କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ଵାଡ୍‌ ସହ ପୁଲିସ୍ ମୁତୟନ ହୋଇଛନ୍ତି। ମେଟାଲ୍‌ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଉଛି। କିଏ ମେଲ୍‌ କରି ଏଭଳି ଧମକ ଦେଇଛି , ଏଯାବତ୍ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ଜିଲ୍ଲା ଜଜ୍ କୋର୍ଟକୁ ଖାଲି କରି ପୁଲିସ୍‌ ଖାନତଲାସୀ ଆରମ୍ଭ କରିଛି। ଦେବଗଡ କୋର୍ଟକୁ ମଧ୍ୟ ବୋମା ଧମକ ଆସିଛି। ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ । ୩ ବରିଷ୍ଠ ଆଇପିଏସଙ୍କୁ ୩ ଜିଲ୍ଲାକୁ ପଠାଇବାକୁ ଡିଜିପିଙ୍କୁ ଗୃହ ସଚିବ ହେମନ୍ତ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କୋର୍ଟକୁ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଡିଜିପି କହିଛନ୍ତି, ସବୁ ଜାଗାରେ ପୋଲିସ ଆଲର୍ଟ ରହିଛି । ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ପୋଲିସକୁ ଲୋକେ ସହଯୋଗ କରନ୍ତୁ । ସେପଟେ ବୋମା ଭୟକୁ ନେଇ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking