25.1 C
Bhubaneswar
Monday, January 12, 2026
Homeଓଡିଶାସମ୍ବଲପୁର କୋର୍ଟକୁ ବୋମା ଧମକ

ସମ୍ବଲପୁର କୋର୍ଟକୁ ବୋମା ଧମକ

 ସମ୍ବଲପୁର: ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ । ଇମେଲ ମାଧ୍ୟମରେ କୋର୍ଟକୁ ଧମକ ଆସିଥିବା ସୂଚନା ମିଳିଛି । ଏନେଇ କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ସହ ପୋଲିସ ମୁତୟନ ହୋଇଛନ୍ତି । କିଏ ଓ କାହିଁକି କୋର୍ଟକୁ ବୋମା ଧମକ ଦେଇଛି ସେନେଇ ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି । ଇମେଲ ଯୋଗେ କିଏ ମେଲ କରିଛି ପୋଲିସ ଏଯାବତ ସ୍ପଷ୍ଟ କରିନାହିଁ । ସେହିରି ଦେବଗଡ କୋର୍ଟ, କଟକ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ଇ-ମେଲରେ ଆସିଛି ବୋମା ଧମକ । ବୋମା ଧମକ ମିଳିବା ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା କୋର୍ଟ ଓ ହାଇକୋର୍ଟକୁ ଖାଲି କରାଯାଇଛି । ଅପରାହ୍ମ ୨ଟା ୪୫ ସୁଦ୍ଧା ଖାଲି କରିବାକୁ ଧମକ ମିଳିଛି । ଜିଲ୍ଲା ଜଜ କୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ କରାଯାଇଛି । କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ସହ ପୋଲିସ ମୁତୟନ ହୋଇଛନ୍ତି ।ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking