25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବୁଲିଲା ବୁଲଡୋଜର: ତୁର୍କମାନ ଗେଟ୍ ଅଞ୍ଚଳରେ ବ୍ୟାପକ ଉତ୍ତେଜନା

ବୁଲିଲା ବୁଲଡୋଜର: ତୁର୍କମାନ ଗେଟ୍ ଅଞ୍ଚଳରେ ବ୍ୟାପକ ଉତ୍ତେଜନା

ନୂଆଦିଲ୍ଲୀ: ତୁର୍କମାନ ଗେଟ ଅଞ୍ଚଳର ରାମଲୀଳା ମଇଦାନ ନିକଟରେ ଅବସ୍ଥିତ ବେଆଇନ ଜବରଦଖଲ ଜାଗାରେ ବୁଲିଲା ବୁଲଡୋଜର । ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଫୈଜ – ଏ- ଇଲାହି ମସଜିଦ ଚାରିପାଖରେ ଭଙ୍ଗା ଅଭିଯାନ ଜାନୁଆରୀ ୬ ମଧ୍ୟରାତ୍ରରେ ସମାପ୍ତ ହୋଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସର ଏକ ଦଳ କିଛି ଦୋକାନ ସମେତ ଅନଧିକୃତ ନିର୍ମାଣକୁ ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରିଥିଲେ। ଉକ୍ତ ଅଞ୍ଚଳର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ଜିଲ୍ଲାର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ସମଗ୍ର ଅଞ୍ଚଳକୁ କ୍ୟାଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ରାସ୍ତାଗୁଡିକୁ ବ୍ୟାରିକେଡ କରାଯାଇଥିଲା। ଏବଂ ଟ୍ରାଫିକ ପରିବର୍ତ୍ତନ ପାଇଁ ପରାମର୍ଶ ଜାରି କରାଯାଇଥିଲା। ଜବର ଦଖଳ ଉଚ୍ଛେଦ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା। ହେଲେ କିଛି ଅସାଧୁ ବ୍ୟକ୍ତି ପରିବେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ପ୍ରତିବାଦ ସମୟରେ ଚାନ୍ଦନୀ ମହଲର ପୋଲିସ ଷ୍ଟେସନର ଏସଏଚଓଙ୍କ ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ। ପରିସ୍ଥିତି ଉଗ୍ରରୂପ ନେବା ପରେ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲ । ଏହା ପୂର୍ବରୁ ଶାନ୍ତି, ବଜାୟ ରଖିବା ପାଇଁ ଶାନ୍ତି କମିଟି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଏବଂ ଆଇନଶୃଙ୍ଖଳା ସମ୍ପୁର୍ଣ୍ଣ ପୁନଃସ୍ଥାପିତ ହୋଇଚି । ପୋଲିସର କହିବା ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନ୍ୟାୟିକ ନିର୍ଦ୍ଦେଶର ସମ୍ପୁର୍ଣ୍ଣ ପାଳନ କରି ନିଆଯାଇଛି । ଯଦି କେହି କୌଣସି ବିଶୃଙ୍ଖଳା ସୃଷ୍ଟି କରନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking