14.1 C
Bhubaneswar
Monday, January 12, 2026
Homeଓଡିଶାରାଜ୍ୟରେ କଲବଲ କରୁଛି ଶୀତ

ରାଜ୍ୟରେ କଲବଲ କରୁଛି ଶୀତ

ଭୁବନେଶ୍ୱର: କଲବଲ କରୁଛି ଶୀତ । ଝାରସୁଗୁଡାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା । ଝାରସୁଗୁଡାରେ ତାତି ତାପମାତ୍ରା ୫.୧ ଡିଗ୍ରୀ ରେକର୍ଡ ହୋଇଛି । ଚଳିତ ବର୍ଷ ପ୍ରଥମ ଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ୱରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ଆଜି କନ୍ଧମାଳ, ନୟାଗଡ, ବୌଦ୍ଧ , କୋରାପୁଟରେ ଘନକୁହୁଡି ଦେଖାଯିବ । ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ , ଝାରସୁଗୁଡା, ଅନୁଗୁଳ, କଟକ, ଜଗତସିଂହପୁର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ରି । ।ଜି ପାଇଁ ଝାରସୁଗୁଡା , ସୁନ୍ଦରଗଡ, ଅନୁଗୁଳ, କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାଣ୍ଣିଂ ଜାରି ହୋଇଛି । ଖାଲି ସେତିକି ନୁହେଁ , ଖୋଲା ପଡିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତ ସହ ରାତିରେ ଓ ପାହାନ୍ତିଆ ସମୟରେ ଘନ କୁହୁଡି କାରଣରୁ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking