14.1 C
Bhubaneswar
Monday, January 12, 2026
Homeଓଡିଶାମିଲର୍ସ ଆନ୍ଦୋଳନ,ଖୁବଶୀଘ୍ର ସମାଧାନ: ମନ୍ତ୍ରୀ

ମିଲର୍ସ ଆନ୍ଦୋଳନ,ଖୁବଶୀଘ୍ର ସମାଧାନ: ମନ୍ତ୍ରୀ

ଭୁବନେଶ୍ୱର: ରାଇସ ମିଲର୍ସ ସଂଘର  ଆନ୍ଦୋଳନ ନେଇ ସମବାୟ  ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ  ପ୍ରତିକ୍ରିୟା ରଖି କହିଛନ୍ତି, ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ୱାରା ପରିଚାଳିତ ହେଉଛନ୍ତି । ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରୁଛନ୍ତି । ସରକାର ଆପୋସ ଆଲୋଚନାରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଯୋଗାଣ ବିଭାଗ ମିଲର୍ସ ମାନଙ୍କ ସହ ଆଲୋଚନା କରୁଛନ୍ତି । ଖୁବଶୀଘ୍ର ସମସ୍ୟାର  ସମାଧାନ ହେବ କହିଛନ୍ତି  ମନ୍ତ୍ରୀ । ସମବାୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆନ୍ଦୋଳନ କରୁଥିବା ମିଲର୍ସମାନଙ୍କ ଦାବିରେ କୌଣସି ଯଥାର୍ଥତା ନାହିଁ । ଯଦିଓ ଯୋଗାଣ ବିଭାଗ ପକ୍ଷରୁ ମିଲର୍ସମାନଙ୍କ ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଶ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ନିଷ୍କର୍ଷ ବାହାରି ପାରିନାହିଁ । ସରକାର ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି, କିନ୍ତୁ ମିଲର୍ସମାନଙ୍କ ଅସହଯୋଗ କାରଣରୁ ପ୍ରକ୍ରିୟା ଅଟକି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking