37.8 C
Bhubaneswar
Thursday, June 4, 2026
Homeଓଡିଶା“ଡବଲ୍ ଇଞ୍ଜିନ୍ ସରକାର”ର ଗତ ୨୪ ମାସର ବିଫଳତା ତାଲିକା ପ୍ରଦାନ କଲା ବିଜେଡି

“ଡବଲ୍ ଇଞ୍ଜିନ୍ ସରକାର”ର ଗତ ୨୪ ମାସର ବିଫଳତା ତାଲିକା ପ୍ରଦାନ କଲା ବିଜେଡି

ଭୁବନେଶ୍ୱର: ସରକାର ଓଡ଼ିଶାରେ ଦୁଇ ବର୍ଷ ପୂର୍ଣ୍ଣ କରୁଛି । ଏନେଇ ବିଜେଡି ଏକ ବିଜ୍ଞପ୍ତି ପ୍ରକାଶ କରିଛି ।  ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲେ ମଧ୍ୟ, ବିଜେପି ସରକାର ଗଠନ କରିଥିଲା ।ବିଜେଡି କହିଛି ଏକ୍ସ୍ ପୋଷ୍ଟରେ ଗତ ଦୁଇ ବର୍ଷର ସଫଳତାର ଦାବି ଦେଖିଲୁ । ଏହାର ପ୍ରତୁ୍ୟତ୍ତରରେ ଆମେ “ଡବଲ୍ ଇଞ୍ଜିନ୍ ସରକାର”ର ଗତ ୨୪ ମାସର ଶ୍ରେଷ୍ଠ ୨୪ ବିଫଳତାର ଏକ ତାଲିକା ପ୍ରଦାନ କରୁଛୁ ।
ଓଡ଼ିଶାରେ ବିଜେପି ସରକାରର ୨୪ ମାସର ଶ୍ରେଷ୍ଠ ୨୪ ବିଫଳତା
୧. ମାତ୍ର ୧୮ ମାସରେ ୪୮,୭୯୮ଟି ମହିଳା ନିର୍ଯାତନା ଅପରାଧ ।
୨. ସାଧାରଣ ସ୍ଥାନରେ ଯୌନ ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ୱର୍ ୧ (ଘଉଜଈ) ।
୩. ହିଂସାତ୍ମକ ଅପରାଧରେ ଓଡ଼ିଶା ନମ୍ୱର ୧ (ଘଉଜଈ) ।
୪. ମହିଳା ବିରୋଧୀ ଅପରାଧରେ ଓଡ଼ିଶା ନମ୍ୱର୍ ୨ (ଘଉଜଈ) ।
୫. ୨୦୨୫ରେ ଓଡ଼ିଶାରେ ୨,୨୯,୮୮୧ଟି ଅପରାଧ ରୁଜୁ, ଯାହା ୨୦୨୪ର ୨,୧୪,୧୧୩ ତୁଳନାରେ ୭.୩% ବୃଦ୍ଧି ।
୬. ଅଭିବୃଦ୍ଧି ହାର ହ୍ରାସ ପାଇଛି- ୨୦୨୩-୨୪ରେ ୯.୬%ରୁ ୨୦୨୪-୨୫ରେ ୭.୨% ଏବଂ ୨୦୨୫-୨୬ରେ ୭.୯% ।
୭. ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ମାତ୍ର ୩୯ କୋଟି ଟଙ୍କା ଏଫଡିଆଇ ଆସିଛି, ଯାହା ଦେଶର ମୋଟର ମାତ୍ର ୦.୦୦୯% ।
୮. ଜେଏସ୍ଡବ୍ଲୁ୍ୟ ଇଭି, ଆର୍ସେଲର୍ମିତ୍ତଲ୍ ଷ୍ଟିଲ୍, ଏସ୍. ରାମ୍ ଏନ୍. ରାମ୍ ସେମିକଣ୍ଡକ୍ଟର, ୱାରି ସୋଲାର, “ୱେଲସ୍ପନ ପ୍ରକଳ୍ପ ସମେତ ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାରୁ ପ୍ରସ୍ଥାନ କରିଛନ୍ତି ।
୯. ରପ୍ତାନୀ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମ ସ୍ଥାନରୁ ୨୦୨୪ରେ ୧୫ ତମକୁ ଖସିଛି ।
୧୦. ଜାତୀୟ ଷ୍ଟାର୍ଟଅପ୍ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠ ସ୍ଥାନରୁ ୨୦୨୫ରେ ୨୦ ତମକୁ ଖସିଛି ।
୧୧. ୨୩ଟି ପରୀକ୍ଷା ବିଫଳତା ଓ କେଳେଙ୍କାରୀ ।
୧୨. ୧୮ ମାସରେ ୧୮୫ଟି ହାତୀଙ୍କ ମୃତୁ୍ୟ ।
୧୩. କୃଷି ବୃଦ୍ଧି ଅଧା ହୋଇଛି- ୭.୬%ରୁ ୩.୮% ।
୧୪. ଶିଳ୍ପ ବୃଦ୍ଧି ହ୍ରାସ ପାଇଛି- ୮.୭%ରୁ ୬.୧% ।
୧୫. ସେବା କ୍ଷେତ୍ର ବୃଦ୍ଧି ହ୍ରାସ ପାଇଛି- ୧୧.୫%ରୁ ୧୦% ।
୧୬. ରାଜ୍ୟ ବଜେଟ୍ ମୁଖ୍ୟତଃ ଋଣ ଉପରେ ନିର୍ଭରଶୀଳ, ମୋଟ ପବ୍ଲିକ୍ ଋଣ ୧.୩୮ ଲକ୍ଷ କୋଟି ଟଙ୍କା, ଯାହାର ୪୦% ଉଚ୍ଚ ସୁଧର ଖୋଲା ବଜାର ଋଣ ।
୧୭. ଆର୍ଥିକ ନିଅଣ୍ଟ ଦୁଇଗୁଣ ବଢ଼ିଛି- ୧.୭%ରୁ ୩.୫% ।
୧୮. ପ୍ରାଥମିକ ନିଅଣ୍ଟ ୧.୧%ରୁ ୨.୯%କୁ ବଢ଼ିଛି ।
୧୯. କେନ୍ଦ୍ର ଅନୁଦାନ ୧୮.୧୯% ହ୍ରାସ ପାଇଛି- ୨୦୨୩-୨୪ରେ ୨୧,୦୧୧ କୋଟି ଟଙ୍କାରୁ ୨୦୨୪-୨୫ରେ ୧୭,୦୮୯ କୋଟି ଟଙ୍କାକୁ ।
୨୦. ୨୦୨୫-୨୬ ବଜେଟ୍ର ମାତ୍ର ୫୭% ଖର୍ଚ୍ଚ ।
୨୧. ସ୍ୱାସ୍ଥ୍ୟ ବଜେଟ୍ରୁ ୪୫୩ କୋଟି ଟଙ୍କା କଟ୍ କରାଯାଇଛି ।
୨୨. ଭାରତରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଓଡ଼ିଶାରେ ୭.୨୨% ।
୨୩. ୨୮ଟି ଯୋଜନାର ନାମ ବଦଳ ।
୨୪. ଲୋକପ୍ରିୟ ନୂଆ-ଓ ଛାତ୍ରବୃତ୍ତି ଯୋଜନା ବନ୍ଦ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking