ନୂଆଦିଲ୍ଲୀ: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଟ୍ରିପଲ୍ ମର୍ଡର। ଜଣେ ଯୁବକ ନିଜ ମାଆ, ଭଉଣୀ ଏବଂ ଭାଇଙ୍କୁ ହତ୍ୟା କରିଛି। ଅପରାଧ କରିବା ପରେ, ଅଭିଯୁକ୍ତ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ତିନୋଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ହତ୍ୟା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ରିପଲ୍ ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ହତ୍ୟାକାଣ୍ଡ ପଛର କାରଣ ଜାଣିବା ପାଇଁ ଯୁବକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।










